ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ମୃତ ଅଭିନେତା ବେଶ ପ୍ରେରଣାଦାୟୀ ରହିଥିଲେ । ତାଙ୍କର ରହସ୍ୟଜନକ ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରିବାରେ ବିଫଳତା ସାରା ଦେଶରେ ବିଷାଦ ସୃଷ୍ଟି କରିଥିବା ସେ ଉଲ୍ଲେଖ କରିଛନ୍ତି ।
ବୈଜୟନ୍ତ କହିଛନ୍ତି, ଅନ୍ୟ ସଫଳ କାହାଣୀ ଭଳି ସୁଶାନ୍ତ ସିଂ ରାଜପୁତ ସମଗ୍ର ଭାରତ ପାଇଁ ପ୍ରେରଣାର ଉତ୍ସ ହୋଇରହିଥିଲେ । ହେଲେ ତାଙ୍କର ଏହି ରହସ୍ୟମୟ ମୃତ୍ୟୁ ତଦନ୍ତରେ ବିଳମ୍ବ ସାରା ଭାରତର ଲୋକଙ୍କ ପାଇଁ ରାଗ ଓ ବିଷାଦ ଆଣିଛି ।