ଓଡିଶା

odisha

ETV Bharat / bharat

ଭାଙ୍ଗିଲା ସର୍ବକାଳୀନ ରେକର୍ଡ, 24 ଘଣ୍ଟାରେ ଦେଶରେ 12 ଲକ୍ଷ ନମୁନା ପରୀକ୍ଷା - 24 ଘଣ୍ଟାରେ ଦେଶରେ 12 ଲକ୍ଷ ନମୁନା ପରୀକ୍ଷା

ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 12 ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଯାହା ସର୍ବଦିନିଆ ରେକର୍ଡକୁ ଭାଙ୍ଗି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ଗତ 24 ଘଣ୍ଟାରେ ଦେଶରେ 12 ଲକ୍ଷ ନମୁନା ପରୀକ୍ଷା
ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ଗତ 24 ଘଣ୍ଟାରେ ଦେଶରେ 12 ଲକ୍ଷ ନମୁନା ପରୀକ୍ଷା

By

Published : Sep 20, 2020, 10:40 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ। ଏପଟେ ଅଦୃଶ୍ୟ ଭାଇରସ ସହ ଲଢିବାକୁ ବିଭିନ୍ନ କୌଶଳ ଆପଣାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ପୂର୍ବ ଅପେକ୍ଷା ପ୍ରତ୍ୟେକ ଦିନ ଟେଷ୍ଟିଂ ହାର ମଧ୍ୟ ବଢିଚାଲିଛି। ଯାହା କୋରୋନା ମହାମାରୀକୁ ପରାସ୍ତ କରିବା ଦିଗରେ ଏକ ବଡ ପଦକ୍ଷେପ। କାରଣ ଅଧିକ ମାତ୍ରାରେ ଟେଷ୍ଟିଂ କରାଗଲା ଏହା ଆକ୍ରାନ୍ତଙ୍କ ସଂଖ୍ୟାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ତେବେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 12 ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଯାହା ସର୍ବଦିନିଆ ରେକର୍ଡକୁ ଭାଙ୍ଗି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ସେହିପରି ଗତ 24 ଘଣ୍ଟାରେ ଦେଶରେ 92 ହଜାର 605ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 1,133 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 54 ଲକ୍ଷ ପାର କରିଥିବାବେଳେ, ଏଥିରେ ମୋଟ 86 ହଜାର 752 ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି 43 ଲକ୍ଷ 3 ହଜାର 44 ଜଣ ସୁସ୍ଥ ହୋଇଥିବାବେଳେ, 10 ଲକ୍ଷ 10 ହଜାର 824 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details