ଓଡିଶା

odisha

ETV Bharat / bharat

ଆମେରିକାରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ - ଚିକାଗୋରେ ସିଏଏକୁ ସମର୍ଥନ

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ସିଏଟେଲ ଓ ଚିକାଗୋରେ ପ୍ରବାସୀ ଭାରତୀୟମାନେ ଶୋଭାଯାତ୍ରା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

#CAA
ଆମେରିକାରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ

By

Published : Jan 5, 2020, 12:24 PM IST

ୱାଶିଂଟନ: ଆମେରିକାରେ ପ୍ରବାସୀ ଭାରତୀୟମାନେ CAAକୁ ସମର୍ଥନ କରି ଏକ ଶୋଭାଯାତ୍ରା କରିଛନ୍ତି । ୱାଶିଂଟନର ସିଏଟେଲ, ଚିକାଗୋ ଆଦି ସହରରେ ଲୋକମାନେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ପୋଷ୍ଟର ଧରି ନାରା ଲଗାଇବା ସହ ଏହାକୁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ।

ହାତରେ ପୋଷ୍ଟର ଧରି ଲୋକମାନେ ନାରା ଲଗାଉଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଲେଖା ହୋଇଛି, ଲୋକଙ୍କୁ ଏକାଠି କରିବା ପାଇଁ ସିଏଏ ଲାଗୁ କରାଯାଇଛି, ଭେଦଭାବ କରିବା ପାଇଁ ନୁହେଁ । ଅତ୍ୟାଚାର ହେଉଥିବା ସଂଖ୍ୟାଲଘୁ ମାନଙ୍କ ପାଇଁ ଏହା ପ୍ରଯୁଜ୍ୟ । ସିଏଏ ମାନବାଧିକାର ସମ୍ବନ୍ଧୀୟ । ଆମେ ସମ୍ମାନର ସହ ବଞ୍ଚିବା ପାଇଁ ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସମର୍ଥନ କରୁଛୁ । ପ୍ରବାସୀ ଭାରତୀୟ ସିଏଏକୁ ସମର୍ଥନ କରନ୍ତି । ସିଏଏ ପାରଦର୍ଶୀ ଏବଂ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ପାରିତ କରାଯାଇଛି । ଆମେ ମୋଦି ସରକାରଙ୍କୁ ସମର୍ଥନ କରୁଛୁ ଓ ସିଏଏକୁ ମଧ୍ୟ ସମର୍ଥନ କରୁଛୁ । ଏପରିକିଛି ଲେଖାଯାଇଥିବା ପୋଷ୍ଟର ଧରି ପ୍ରବାସୀ ଭାରତୀୟମାନେ ନାରା ଲଗାଉଛନ୍ତି ।

ଏହା ପୂର୍ବରୁ ମଧ୍ୟ ପ୍ରବାସୀ ଭାରତୀୟମାନେ ଆମେରିକାରେ ସିଏଏ ସମର୍ଥନରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରିଥିଲେ । ଏହାକୁ ଭାରତର ଐତିହାସିକ ନିଷ୍ପତ୍ତି ବୋଲି ଦର୍ଶାଇଥିଲେ । ସିଏଏ ମୁତାବକ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନର ଯେଉଁ ସଂଖ୍ୟାଲଘୁମାନେ ଧର୍ମ ଆଧାରରେ ନିର୍ଯ୍ୟାତନାରେ ଶିକାର ହେଉଥିବେ ଏବଂ 31 ଡିସେମ୍ବର 2014 ପୂର୍ବରୁ ଭାରତରେ ଆସି ବସବାସ କରୁଥିବେ, ସେମାନଙ୍କୁ ନାଗରିକତା ଦିଆଯିବ । ତେବେ ଏହି ନିୟମ କେବଳ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ସମ୍ପ୍ରଦାୟର ଲୋକଙ୍କ ଉପରେ ଲାଗୁ ହେବ ।

ABOUT THE AUTHOR

...view details