ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶ ଲକ ଡାଉନ ରହିଛି। ତେବେ ଏହା ପ୍ରଭାବରେ ଏବେ ଗୋଖାଦ୍ୟ ପରିବହନରେ ଦେଖାଦେଇଛି ସମସ୍ୟା । ବାଧ୍ୟହୋଇ ଚାଷୀ ଗାଈକୁ ଷ୍ଟ୍ରବେରୀ ଏବଂ ବ୍ରୋକୋଲୀ ଖାଇବାକୁ ଦେଉଛନ୍ତି ।
ଲକ ଡାଉନ: ଗୋଖାଦ୍ୟ ଅଭାବ ଯୋଗୁଁ ଗାଈ ଖାଉଛି ବ୍ରୋକଲି, ଷ୍ଟ୍ରବେରୀ
ଲକ ଡାଉନ ଯୋଗୁଁ ମିଳୁନି ଗୋଖାଦ୍ୟ । ଷ୍ଟ୍ରବେରୀ ଓ ବ୍ରୋକଲି ଖାଉଛନ୍ତି ରାଈ । ଅଧିକ ପଢନ୍ତୁ...
21 ଦିନ ଲକ ଡାଉନ ଯୋଗୁଁ ବଜାରରେ ସବୁ ଦୋକନ ବନ୍ଦ । ଏହାସହ ପରିବହନ ମଧ୍ୟ ବନ୍ଦ । ତେଣୁ ବଜାରରକୁ ଗୋଖାଦ୍ୟ ଆସିପାରୁନାହିଁ । ତେଣୁ କିଛି ଖାଦ୍ୟନପାଇ ଗୋରୁଙ୍କୁ ଚାଷୀ ମାନେ ନିଜେ ଚାଷ କରୁଥିବା ଫଳ ଖୋଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ମହାରାଷ୍ଟ୍ରର ଜଣେ ଚାଷୀ।
ଏହାସହ ବେଙ୍ଗାଲୁରୁର କିଛି ଅଙ୍ଗୁର ଚାଷୀଙ୍କ ଚାଷ ମଧ୍ୟ କ୍ଷତି ହୋଇଛି । ଲକ ଡାଉନ ଯୋଗୁଁ ଅଙ୍ଗୁର ବଜାରରକୁ ପଠାଇପାରୁନାହାଁନ୍ତି। ଗାଁ ଲୋକଙ୍କୁ ମାଗଣାରେ ନେବାକୁ ଫାର୍ମ ଖୋଲିଦେବା ପରେ ବି ମାତ୍ର ହାତ ଗଣତି ଲୋକ ଅଙ୍ଗୁର ନେଇଥିଲେ । ଫଳରେ ଏହି ଚାଷୀଙ୍କୁ 5 ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି ।