ଓଡିଶା

odisha

ETV Bharat / bharat

ଜାମ୍ମୁ କାଶ୍ମୀର ଗନ୍ଦେରୱାଲରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା - mobile 4G internet services

ଜାମ୍ମୁ କାଶ୍ମୀର ଗନ୍ଦେରୱାଲ ଜିଲ୍ଲାରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା। ରବିବାର ରାତି 9ଟା ପରେ ଏହା ଆରମ୍ଭ କରାଯାଇଥିବା ବେଳେ ସେପ୍ଟେମ୍ବର 8 ପର୍ଯ୍ୟନ୍ତ ପୋଷ୍ଟପେଡ୍ ସେବା ପାଇଁ ଟ୍ରାଏଲ୍ ଆଧାରରେ ଏହା କାର୍ଯ୍ୟକାରୀ ହେବ।

ଜାମ୍ମୁ କାଶ୍ମୀର ଗନ୍ଦେରୱାଲରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା
ଜାମ୍ମୁ କାଶ୍ମୀର ଗନ୍ଦେରୱାଲରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା

By

Published : Aug 17, 2020, 8:19 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ଗନ୍ଦେରୱାଲ ଜିଲ୍ଲାରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା। ରବିବାର ରାତି 9ଟା ପରେ ଏହା ଆରମ୍ଭ କରାଯାଇଥିବା ବେଳେ ସେପ୍ଟେମ୍ବର 8 ପର୍ଯ୍ୟନ୍ତ ପୋଷ୍ଟପେଡ୍ ସେବା ପାଇଁ ଟ୍ରାଏଲ୍ ଆଧାରରେ ଏହା କାର୍ଯ୍ୟକାରୀ ହେବ। ତେବେ କେବଳ ଗନ୍ଦେରବାଲ ଜିଲ୍ଲାରେ ହାଇ ସ୍ପିଡ୍ ସେବା ଆରମ୍ଭ କରାଯାଇଛି, ଅନ୍ୟ ସମସ୍ତ ଜିଲ୍ଲାମାନଙ୍କରେ ଇଣ୍ଟରନେଟ୍ ସ୍ପିଡ୍ 2Gରେ ସୀମିତ ରହିବ।

ଗତ ବର୍ଷ ଅଗଷ୍ଟ 5ରେ କେନ୍ଦ୍ର ଧାରା 370 ଉଚ୍ଛେଦ ବେଳେ ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ୍ ସେବାଗୁଡିକ ବନ୍ଦ କରିଥିଲା। ପରେ ପରେ ଲଦାଖ, ଏବଂ ଜାମ୍ମୁ କାଶ୍ମୀର ଜାନୁୟାରୀ 25ରେ 2G ମୋବାଇଲ୍ ଇଣ୍ଟରନେଟ୍ ସୁବିଧା ପୁନରୁଦ୍ଧାର କରାଯାଇଥିଲା ।

ରବିବାର ଅଗଷ୍ଟ 10ରେ ଅନୁଷ୍ଠିତ ସ୍ୱତନ୍ତ୍ର କମିଟିର ତୃତୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହା ମେ’ 11ରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ ଗଠିତ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀର ପ୍ରଶାସନକୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ 4G ସେବା ପୁନଃ ସ୍ଥାପିତ ହେବାର ସମ୍ଭାବନା ଅନୁସନ୍ଧାନ କରିବାକୁ କହିଥିଲେ।

ABOUT THE AUTHOR

...view details