ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଲଗାତାର କିଛି ଦିନ ଧରି ଭାରତ-ପାକ ସୀମାରେ ଅଶାନ୍ତି ଲାଗି ରହିଥିବାବେଳେ ପୁଲୱାମା ତ୍ରାଲରେ ଉଭୟ ପଟୁ ଆରମ୍ଭ ହୋଇଛି ଗୁଳିବର୍ଷଣ । ଉଭୟ ପଟୁ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ଆତଙ୍କି ନିହତ ହୋଇଥିବା ଜଣାପଡିଛି ।
ସୁରକ୍ଷାବଳଙ୍କ ଏକ ବିଶେଷ ସୂତ୍ରରୁ ଜଣାପଡିଛି, 2 ରୁ 3 ଜଣ ଆତଙ୍କୀ ଏହି ଅଞ୍ଚଳରେ ଫସି ରହିଥିବାବେଳେ ଏମାନେ ଅନସର ଗଜ୍ବାତୁଲ ହିନ୍ଦ ସଙ୍ଗଠନର ବୋଲି ଜଣାପଡିଛି । ତେବେ ଏଥିସହ ସେହି ଅଞ୍ଚଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଥିଲା ।