ଓଡିଶା

odisha

By

Published : May 21, 2020, 11:27 AM IST

Updated : May 21, 2020, 4:17 PM IST

ETV Bharat / bharat

ମେ 25ରୁ ଉଡିବ ଘରୋଇ ବିମାନ, ମାନିବାକୁ ପଡିବ ଏହି ସବୁ ନିୟମ

ଘରୋଇ ବିମାନ ଚଳାଚଳ ପୁନଃ ଆରମ୍ଭ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁସରଣ କରିବାକୁ ପଡିବ SOP ର ଏହି ଗାଇଡଲାଇନ । ଦେଖନ୍ତୁ ଏହି ରିପୋର୍ଟ...

14 ବର୍ଷରୁ କମ ପିଲାଙ୍କୁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ ନୁହେଁ
14 ବର୍ଷରୁ କମ ପିଲାଙ୍କୁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଆସନ୍ତା 25 ରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଘୋଷଣା ହେବାର ଗୋଟିଏ ଦିନ ପରେ SOP ଗାଇଡଲାଇନ ଜାରି ହୋଇଛି ।

  • ପୂର୍ବରୁ AAI ପକ୍ଷରୁ ସମସ୍ତ ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଥିବା ବେଳେ ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି । 14 ବର୍ଷରୁ କମ୍ ପିଲାଙ୍କ ପାଇଁ ଏହି ଆପ ଆବଶ୍ୟକ ନୁହେଁ ବୋଲି କୁହାଯାଇଛି ।
  • ଯାତ୍ରୀମାନଙ୍କୁ ବିମାନ ସମୟର ଦୁଇ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପଡିବ ।
  • ଯାତ୍ରୀମାନେ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ ।
  • କେବଳ ଯେଉଁମାନଙ୍କର ବିମାନ ଆଗାମୀ ଚାରି ଘଣ୍ଟା ମଧ୍ୟରେ ଅଛି ସେମାନଙ୍କୁ ଟର୍ମିନାଲ୍ ବିଲଡିଂରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।
  • ଯାତ୍ରୀମାନେ ଟର୍ମିନାଲ୍ ବିଲଡିଂରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରିବାକୁ ପଡିବ ।
  • ଯେଉଁମାନଙ୍କୁ ଆରୋଗ୍ୟ ସେତୁରେ ‘ସବୁଜ’ସଙ୍କେତ ମିଳୁନାହିଁ ସେମାନଙ୍କୁ ବିମାନବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।
  • ଟ୍ରଲି ନେଇ ଯାଇଥିବା ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ । କେବଳ କିଛି ଯାତ୍ରୀଙ୍କୁ ଅନୁରୋଧ କ୍ରମେ ଅନୁମତି ମିଳିବ ।
  • ଟର୍ମିନାଲରେ ପ୍ରବେଶ ପୂର୍ବରୁ ବ୍ୟାଗେଜ୍ ଗୁଡିକୁ ସାନିଟାଇଜ କରାଯିବ ।
  • ଟଚ୍ ପଏଣ୍ଟରେ କର୍ମଚାରୀମାନେ କାଉଣ୍ଟର ପଛରେ ଫେସ ସିଲ୍ଡ ପିନ୍ଧିବା କିମ୍ବା କାଉଣ୍ଟରରେ ଗ୍ଲାସ୍ ପଛରେ ରହି କାର୍ଯ୍ୟ କରିବେ ।
  • ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ଆଦର୍ଶ ବିଷୟରେ କ୍ରମାଗତ ଘୋଷଣା କରାଯିବ ।
  • ସମସ୍ତ ବିମାନବନ୍ଦର କର୍ମଚାରୀ ଏବଂ ଯାତ୍ରୀଙ୍କୁ PPE ଏବଂ ହ୍ୟାଣ୍ଡ ସାନିଟାଇଜର ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି ।
Last Updated : May 21, 2020, 4:17 PM IST

For All Latest Updates

TAGGED:

ABOUT THE AUTHOR

...view details