ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ପ୍ରାୟ 254ଟି ମାମଲା ରୁଜୁ କରାଯାଇଥିବା ବେଳେ ହିଂସାରେ 903 ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।
ଆର୍ମ ଆକ୍ଟ ଅଧିନରେ 41ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହାସହ ହିଂସା ସମୟରେ କୌଣସି ପିସିଆର କଲ୍ ଆସିନଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ମନଦୀପ ସିଂହ ରନ୍ଧୱା । ଦଙ୍ଗା ହୋଇଥିବା ସ୍ଥାନ ବର୍ତ୍ତମାନ କଡା ସୁରକ୍ଷା ବଳରେ ଥିବା କହିଛନ୍ତି ପୋଲିସ ଅଧିକାରୀ ।