ରାୟପୁର: କୋରୋନା ମୁକାବିଲା ପାଇଁ ଛତିଶଗଡରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ରାୟପୁର ଠାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଉଛି । ବିଜାପୁର ଜିଲ୍ଲାରେ 800 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। କେହି ସେମାନଙ୍କୁ ଭେଟି ପାରିବେ ନାହିଁ ଏବଂ ସେମାନେ ମଧ୍ୟ କାହାକୁ ଭେଟି ପାରିବେ ନାହିଁ ।
କୋରୋନା ମୁକାବିଲା: ବିଜାପୁରରେ 800 ଲୋକ କ୍ବାରେଣ୍ଟାଇନରେ
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଥିବା 800 ଜଣ ଶ୍ରମିକଙ୍କୁ 14 ଦିନ ଧରି କ୍ବାରେଣ୍ଟାଇନରେ ରଖାଯାଇଛି । ଅଧିକ ପଢନ୍ତୁ...
ବିଜାପୁରରେ 800 ଲୋକଙ୍କୁ କ୍ବାରେଣ୍ଟାଇନ
ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନତା କର୍ଫ୍ୟୁ ପୂର୍ବରୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କାମକରୁଥିବା ଶ୍ରମିକମାନେ ବିଜାପୁରକୁ ଫେରିଥିଲେ। ଏହି ଶ୍ରମିକମାନଙ୍କୁ ନିଜ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଅନ୍ୟ ସ୍ଥାନରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ କରାଯାଉଛି ।
@IANS