ଓଡିଶା

odisha

ETV Bharat / bharat

ପଛୁଆ ଅଞ୍ଚଳରେ ବି ବିଜେପି ହିଟ୍‌

ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ବିଜେପି ଦେଶର ସବୁଠାରୁ ଗରିବ ଓ ପଛୁଆ ଜିଲ୍ଲା ଗୁଡିକରେ ମଧ୍ୟ ଲୋକପ୍ରିୟ ଦଳ ଭାବରେ ମନୋନୀତ ହୋଇଥିଲା ।

By

Published : May 27, 2019, 10:33 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଜେପି ଆରମ୍ଭ କରିବ ଦ୍ବିତୀୟ ଇଂନିସ । ଲୋକସଭା ନିର୍ବାଚନରେ ବହୁମତ ପାଇବା ପରେ ବିଜେପିର ରାଜନୈତିକ ମୁଦ୍ଦା, ପ୍ରଚାର କରିବା ଷ୍ଟାଇଲ ଇତ୍ୟାଦିକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ବିଜେପି ଦେଶର ସବୁଠାରୁ ଗରିବ ଓ ପଛୁଆ ଜିଲ୍ଲା ଗୁଡିକରେ ମଧ୍ୟ ଲୋକପ୍ରିୟ ଦଳ ଭାବରେ ମନୋନୀତ ହୋଇଥିଲା ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ପିଏମ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନରେ ଏନଡିଏ ଖୁବ ସହଜରେ ଦେଶର ସବୁଠାରୁ ଗରିବ ଜିଲ୍ଲା ଗୁଡିକରେ ବହୁମତ ହାସଲ କରିଛି । ଯାହା ବିଜେପିକୁ ଜିତାଇବାକୁ ସାହାଯ୍ୟ କରିଛି । ଅଧ୍ୟୟନରୁ ଜଣାପଡିଛି ଯେ ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶର ପାଖାପାଖି 30 ପ୍ରତିଶତ ଗରିବ ପରିବାର ଗୁଡିକର ଭୋଟ ବିଜେପିକୁ ଯାଇଛି ।

ବିଜେପିର ଜିତକୁ ନେଇ ଅନ୍ୟାନ୍ୟ ଦଳ ଗୁଡିକରେ ମଧ୍ୟ କନ୍ଦଳ ସୃଷ୍ଟି ହୋଇଛି । ନିଜକୁ ଦୋଷାରୋପ କରିବା ସହ ଏବେ ଅନେକ ନେତା ଦଳ ମଧ୍ୟ ଛାଡୁଥିବା ନଜିର ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଆପ ନେତା ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ବାଗ ଠାରେ ଏକ କାର୍ଯକ୍ରମ କରିଥିଲେ । ଯେଉଁଠି ସେ କହିଥିଲେ କି ଆମେ ଆମର ସବୁଠାରୁ ଭଲ ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇ ଥିଲୁ । କିନ୍ତୁ ଫଳ ଆମ ସପକ୍ଷରେ ନଥିଲା । ତେବେ ଏପରି କ'ଣ ଥିଲା ବିଜେପିର ଫଣ୍ଡା ଏନେଇ ଚାଲିଛି ସବୁଦଳ ମଧ୍ୟରେ କଳ୍ପନା ଜଳ୍ପନା । ଏହା ଶୁଣିବା ପରେ କିଛି ଲୋକଙ୍କ ପ୍ରତିକ୍ରିୟା ଥିଲା ଏପରି ଯେ ଏ ଲଢେଇ କେଜ୍ରିୱାଲ ନୁହେଁ କେବଳ ରାହୁଲ ଓ ମୋଦି ମଧ୍ୟରେ ଥିଲା ।

For All Latest Updates

ABOUT THE AUTHOR

...view details