ଓଡିଶା

odisha

ETV Bharat / bharat

ସୁଧୁରୁଛି ବନ୍ୟା ପରିସ୍ଥିତି: 11 ଜିଲ୍ଲାର 72 ହଜାର ଲୋକ ପ୍ରଭାବିତ, 10 ମୃତ - many people afescted

ଆସାମ ବନ୍ୟାରେ ଲକ୍ଷାଧିକ ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି । ଏଥିରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୁଧୁରୁଛି ବନ୍ୟା ପରିସ୍ଥିତି: 11 ଜିଲ୍ଲାର 72 ହଜାର ଲୋକ ପ୍ରଭାବିତ, 10 ମୃତ
ସୁଧୁରୁଛି ବନ୍ୟା ପରିସ୍ଥିତି: 11 ଜିଲ୍ଲାର 72 ହଜାର ଲୋକ ପ୍ରଭାବିତ, 10 ମୃତ

By

Published : Jun 4, 2020, 11:05 AM IST

ଗୌହାଟୀ: ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବନ୍ୟା ସମ୍ବନ୍ଧୀୟ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 10କୁ ବୃଦ୍ଧି ପାଇଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ)ର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ, ଗୋଲପାଡା ଜିଲ୍ଲାର ଲଖୀପୁରରେ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଗୋଲପାଡା, ନାଗାଓଁ, ହୋଜଇ ଏବଂ କାଛାର ଜିଲ୍ଲାର ଅତି କମରେ 1.45 ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ବନ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଗୋଲପାଡା ଜିଲ୍ଲା । ଯେଉଁଠାରେ 1.16 ଲକ୍ଷ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ପରେ ହୋଜଇରେ 22 ହଜାର 500ରୁ ଅଧିକ ଏବଂ ନାଗାଓଁରେ 5 ହଜାର 650ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ପର୍ଯ୍ୟନ୍ତ ଏହି ତିନୋଟି ଜିଲ୍ଲାରେ ପ୍ରାୟ 1.56 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।

ଏଏସଡିଏମଏ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଗୋଲପାଡା ଠାରେ ଏସଡିଆରଏଫ ଟିମ 6 ଜଣଙ୍କୁ ଉଦ୍ଧାର କରିଛି । ବର୍ତ୍ତମାନ 212ଟି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ 22 ହଜାର 718 ହେକ୍ଟର ଫସଲ ଜମି କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀମାନେ ତିନୋଟି ଜିଲ୍ଲାରେ 21ଟି ରିଲିଫ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ 2 ହଜାର 913 ଲୋକ ଆଶ୍ରୟ ନେଉଛନ୍ତି ।

ନାଗାଓଁ, କରିମଗଞ୍ଜ ଏବଂ ଚିରଙ୍ଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବର୍ତ୍ତମାନ ଆସାମର 33ଟି ଜିଲ୍ଲା ମଧ୍ୟରୁ 11ଟି ବନ୍ୟାରେ ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଲକ୍ଷ୍ମୀପୁର, ଧେମାଜୀ, ନାଗାଓଁ, ବାରପେଟା, ହୋଜଇ, ଦରଙ୍ଗ, ନାଲବାଡି, ଡିବ୍ରୁଗଡ, ଗୋଲପାଡା, ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଏବଂ ତିନସୁକିଆ । ଆସାମରେ ରାଜ୍ୟ ସରକାର 5ଟି ଜିଲ୍ଲାରେ 57ଟି ରିଲିଫ କ୍ୟାମ୍ପ ଏବଂ ରିଲିଫ ବିତରଣ କେନ୍ଦ୍ର ଚଳାଉଛନ୍ତି ଯେଉଁଠାରେ 16 ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି ।

ABOUT THE AUTHOR

...view details