ହାଇଦ୍ରାବାଦ: ଇତିହାସରେ ପ୍ରଥମ ଥର ପାଇଁ ହୃତପିଣ୍ଡ ନେଇ ଟ୍ରାକରେ ଗଡିଥିଲା ହାଇଦ୍ରାବାଦ ମେଟ୍ରୋ । ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ହାଇଦ୍ରାବାଦ ମେଟ୍ରୋକୁ 21 କିଲୋମିଟର ପର୍ଯ୍ୟନ୍ତ କରାଯାଇଲା ଗ୍ରୀନ କରିଡର । ଆଉ ଏହାର ଦିନକ ପରେ ହାଇଦ୍ରାବାଦ ମେଟ୍ରୋ ହାର୍ଟ ଟ୍ରାନ୍ସପାଣ୍ଟ ପାଇଁ ଆରମ୍ଭ କରିଛି ସ୍ବତନ୍ତ୍ର ଟ୍ରେନ ସେବା । ଯେଉଁଥିରେ କେବଳ ଜରୁରୀକାଳିନ ମେଡିକାଲ ସେବା ଯୋଗାଇଦିଆଯିବ । ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଆଉ ଏକ ପ୍ରୟାସ କରିଛି ହାଇଦ୍ରାବଦ ମେଟ୍ରୋ । ଯାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।
ସୂଚନାଯୋଗ୍ୟ, ଗତକାଲି (ମଙ୍ଗଳବାର) ହାଇଦ୍ରାବାଦ ଏଲବିନଗର ସ୍ଥିତ କାମିନେନୀ ହସ୍ପିଟାଲରେ ଚିକିତ୍ସିତ ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାର 45 ବର୍ଷୀୟ ନର୍ସି ରେଡ୍ଡୀଙ୍କୁ ବ୍ରେନଡେଡ ଘୋଷଣା କରାଯାଇଥିଲା । ଅଙ୍ଗଦାନ ପାଇଁ ଆଗେଇ ଆସିଥିଲେ ନର୍ସିଙ୍କ ପରିବାର ଲୋକେ । ଏହାପରେ ତାଙ୍କ ଶରୀରର ହୃତପିଣ୍ଡକୁ ଜୁବଲି ହିଲ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବାକୁ ଆରମ୍ଭ ହୋଇଥିଲା ମିଶନ୍ ।