ନୂଆଦିଲ୍ଲୀ: 2G ସ୍ପେକ୍ଟ୍ରମ୍ ସ୍କାମର ଶୁଣାଣି ଖୁବଶୀଘ୍ର ହାଇକୋର୍ଟରେ ଆରମ୍ଭ ହୋଇପାରେ । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟଙ୍କୁ ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ଦାବି କରିଛି ।
2G ସ୍ପେକ୍ଟ୍ରମ୍ ସ୍କାମ; ହାଇକୋର୍ଟରେ ନିୟମିତ ଶୁଣାଣୀ କରିବାକୁ ଇଡିର ଦାବି - 2G ସ୍ପେକ୍ଟ୍ରମ୍ ସ୍କାମ
2G ସ୍ପେକ୍ଟ୍ରମ୍ ସ୍କାମର ଶୁଣାଣି ଖୁବ ଶୀଘ୍ର ହାଇକୋର୍ଟରେ ଆରମ୍ଭ ହୋଇପାରେ । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟଙ୍କୁ ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ଦାବି କରିଛି ।

ହାଇକୋର୍ଟରେ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ହାଇକୋର୍ଟ ଚ୍ୟାଲେଞ୍ଜ କରିଛନ୍ତି । ଇଡି ପକ୍ଷରୁ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ନିୟମିତ ଶୁଣାଣି ଆରମ୍ଭ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇକୋର୍ଟରେ ଅନୁମତି ମାଗିଥିଲେ । ମାର୍ଚ୍ଚ 2018 ରେ ଇଡି ଦ୍ୱାରା ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ତଦନ୍ତକାରୀ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା, କିନ୍ତୁ ସେବେଠାରୁ ଇଡିର ଆବେଦନ ଉପରେ ଶୁଣାଣୀ ବିଚାରାଧୀନ ରହିଛି । ତଦନ୍ତକାରୀ ସଂସ୍ଥା କୋର୍ଟରୁ ଦାବି କରିଛନ୍ତି ଯେ କୋର୍ଟ ଏହି ମାମଲାର ଶୁଣାଣି ଯଥାଶୀଘ୍ର ଶେଷ କରନ୍ତୁ ।
ସୂଚନାଯୋଗ୍ୟ ଯେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ 2G ସ୍ପେକ୍ଟ୍ରମ୍ ସ୍କାମରେ 21 ଡିସେମ୍ବର 2018 ରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ ରାଜା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନିମ୍ନ ଅଦାଲତର ରାୟକୁ ଦିଲ୍ଲୀ ହାଇକୋର୍ଟରେ ଇଡି ଚ୍ୟାଲେଞ୍ଜ କରିଛି । କିନ୍ତୁ ନିମ୍ନ ଅଦାଲତର ନିଷ୍ପତ୍ତି ପରେ ଅଢେଇ ବର୍ଷ ପରେ ମଧ୍ୟ ଏହି ମାମଲାର ଶୁଣାଣି ହାଇକୋର୍ଟରେ ବିଚାରାଧୀନ ରହିଛି । ଫଳରେ ଇଡି ହାଇକୋର୍ଟକୁ ସପ୍ତାହରେ ତିନିରୁ ଚାରି ଦିନ ଶୁଣାଣି କରିବାକୁ କହିଛନ୍ତି ଯାହା ଦ୍ୱାରା ହାଇକୋର୍ଟଙ୍କ ନିଷ୍ପତ୍ତି ଶୀଘ୍ର ଆସିପାରିବ ।
TAGGED:
2G ସ୍ପେକ୍ଟ୍ରମ୍ ସ୍କାମ