ଓଡିଶା

odisha

ETV Bharat / bharat

ପାକିସ୍ତାନ ଜାତୀୟ ଦିବସ, ଶୁଭେଚ୍ଛା ଜଣାଇଲେ ମୋଦି

ଆଜି ହେଉଛି ପାକିସ୍ତାନର ଜାତୀୟ ଦିବସ । ଏହି ଅବସରରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ଫାଇଲ ଫଟୋ

By

Published : Mar 23, 2019, 1:49 PM IST


ନୂଆଦିଲ୍ଲୀ: ଆଜି ହେଉଛି ପାକିସ୍ତାନର ଜାତୀୟ ଦିବସ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିବା ଇମ୍ରାନ ଖାନ ପ୍ରକାଶ କରିଛନ୍ତି।

ତେବେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀଙ୍କ ପାଇଁ ସବୁ ଭାରତୀୟଙ୍କ ମନରେ ଜଳୁଛି ପ୍ରତିଶୋଧର ନିଆଁ । ଏହାସହ ପାକିସ୍ତାନୀଙ୍କୁ କଡା ଜବାବ ଦେବା ପାଇଁ ଭାରତ ସବୁ କ୍ଷେତ୍ରରେ ଏହି ଦେଶକୁ ବୟକଟ କରି ରଖିଛି।

ଏଭଳି ପରିସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଶୁଭେଚ୍ଛା ଓ ଏଠାକାର ଜନସାଧାରଣଙ୍କୁ ଅଭିନନ୍ଦନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଦିବସର ପରମ୍ପରା ଓ ଅନ୍ୟ ଦେଶର ସଂସ୍କାର ଅନୁସାରେ ଏହି ବାର୍ତ୍ତା ପଠାଇଥିବା କୁହାଯାଉଛି ।

ମୋଦି କରିଥିବା ଟ୍ବିଟରେ ଲେଖିଛନ୍ତି କି "ମୁଁ ପାକିସ୍ତାନ ଓ ଏହାର ଜନସାଧାରଣଙ୍କୁ ଜାତୀୟ ଦିବସର ଶୁଭେଚ୍ଛା ଜଣାଉଛି । ଏହା ହେଉଛି ପ୍ରକୃତ ସମୟ ଯେଉଁ ଦିନ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକ ହିସାବରେ ସାଥୀ ହୋଇ କାର୍ଯ୍ୟ କରିବା ସହ ଦେଶକୁ ଆତଙ୍କବାଦ ମୁକ୍ତ କରିବାକୁ ଶପଥ ନେବା । "

ଏହାର ପ୍ରତିକ୍ରିୟା ରଖି ଇମ୍ରାନ ଖାନ କହିଛନ୍ତି " ମୋଦିଙ୍କୁ ତାଙ୍କ ଶୁଭେଚ୍ଛା ପାଇଁ ମୁଁ ସ୍ବାଗତ ଜଣାଇଛି । ଏହାସହ ଦେଶର ଜାତୀୟ ଦିବସ ଅବସରେରେ ପାକିସ୍ତାନ ଭାରତ ସହ ଥିବା ସମସ୍ତ ବିବାଦକୁ ପାରସ୍ପରିକ ବୁଝାମଣା ମଧ୍ୟରେ ସମାଧାନ କରିବା ଚାହୁଁଛି ।" ଏହାପରେ ଇମ୍ରାନ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଶାନ୍ତି ଓ ମୈତ୍ରୀର ପ୍ରସ୍ତାବ ଦେଇଛନ୍ତି ।

ପାକିସ୍ତାନର ଜାତୀୟ ଦିବସର ଆୟୋଜନକୁ ଦିଲ୍ଲୀରେ ବହିଷ୍କାର କରାଯାଇଥିଲା ବୋଲି ଏହାର ଦିନକ ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରୀ ସୂଚନା ଦେଇଥିଲେ।

ABOUT THE AUTHOR

...view details