ଇସଲାମାବାଦ: ଆସନ୍ତା କିଛି ଦିନ ମଧ୍ୟରେ ଭାଙ୍ଗିଯିବ ଇମରାନ ଖାନଙ୍କ ସରକାର। କାରଣ ଜନତା ତାଙ୍କ ଶାସନରେ ଅସ୍ତବ୍ୟସ୍ତ ହୋଇଗଲେଣି ବୋଲି କହିଛନ୍ତି ଜମିୟାତ୍-ଉଲେମା-ଏ-ଇସଲାମ-ଏଫ(JUI-F)ର ନେତା ମୌଲାନା ଗଫୁର ହୈଦରୀ। ପାକିସ୍ତାନ ସଂସଦର ପୂର୍ବତନ ଉପାଧ୍ୟକ୍ଷ ଦଳର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଦେଶର ଅର୍ଥନୀତି ଓ ଉଦ୍ୟୋଗକୁ ନେଇ ଚିନ୍ତା ପ୍ରକାଶ କରିଥିଲେ।
2020ରେ ଭାଙ୍ଗିବ ଇମରାନଙ୍କ ସରକାର! - government in Pakistan
ଭାଙ୍ଗିବ କି ଇମରାନଙ୍କ ସରକାର? ଆସନ୍ତାବର୍ଷ 2020ରେ ଭାଙ୍ଗି ଯାଇପାରେ ଇମରାନ ଖାନଙ୍କ ସରକାର। ଆଗକୁ ପଢନ୍ତୁ...
ଅନେକ ଲୋକ ଚାକିରୀ ହରାଇବା ସହ ପାକିସ୍ତାନର ଅର୍ଥନୀତି ଅତି ନିମ୍ନ ସ୍ତରରେ ରହିଛି। ଆସନ୍ତା 2020ରେ ଇମରାନ ଖାନଙ୍କ ସରକାର ଭାଙ୍ଗିବା ନିଶ୍ଚିତ ବୋଲି ଆଶାବାଦୀ ଅଛନ୍ତି ମୌଲାନା ଗଫୁର। JUI-Fର ନେତାଙ୍କ କହିବା ଅନୁସାରେ, ଇମରାନ ଖାନଙ୍କ ନେତୃତ୍ବାଧିନ ପାକିସ୍ତାନ ତେହେରିକ ଇ ଇନସାଫ୍(ପିଟିଆଇ) ସରକାର ଜନତାଙ୍କ ବିନା ସମର୍ଥନରେ ଓ ସେନାର ସହାୟତା ବଳରେ ଦେଶର କ୍ଷମତାସୀନ ହୋଇଛି। ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କହିଥିଲେ ଯେ, 2020 ଚାକିରୀର ବର୍ଷ ହେବ, ହେଲେ ବର୍ତ୍ତମାନ ଲୋକେ ଚାକିରୀ ପାଇବା ବଦଳରେ ଅଧିକାଂଶ ହରାଉଛନ୍ତି।
JUI-Fର ମୁଖ୍ୟ NABର ଚେୟାରମ୍ୟାନ ଜାଭେଦ ଇକବାଲଙ୍କୁ ଭଷ୍ଟ୍ରାଚାରରେ ଲିପ୍ତ ଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ମୌଲାନା ଗଫୁର ଏହା ମଧ୍ୟ କହିଥିଲେ କି, ପ୍ରତିରକ୍ଷା ମନ୍ତ୍ରୀ ପରବେଜ୍ ଖଟ୍ଟକ୍ ବର୍ତ୍ତମାନ ଖାଇବର-ପାଖତୁନଖ୍ବା ପ୍ରୋଜେକ୍ଟରେ ଭଷ୍ଟ୍ରାଚାର କରିଥିବା ଆରୋପ ଲାଗିଛି। ମାତ୍ର NAB କୌଣସି ପଦକ୍ଷେପ ନେବାକୁ ଅସମର୍ଥ । ଅନ୍ୟପକ୍ଷେ ପାକିସ୍ତାନ ଜନତା ଇମରାନ ସରକାରଙ୍କ ଉପରେ ଭରଷା କରିଥିଲେ। ମାତ୍ର ସେ ଏହାକୁ ଭାଙ୍ଗିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି JUI-F ମୁଖ୍ୟ ମୌଲାନା ଗଫୁର।