ଓଡିଶା

odisha

ETV Bharat / bharat

ଭାରତ ବିରୋଧରେ ନେପାଳ ସହ ହାତ ମିଶାଇବେ ଇମ୍ରାନ ! - ଓଲି ସରକାର

ନେପାଳରେ ଶାସନ ପାଇଁ ସଂଘର୍ଷ କରୁଥିବା ଓଲି ସରକାରଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମର୍ଥନ କରିବେ ବୋଲି ଜଣାପଡିଛି ।

 ଇମ୍ରାନ
ଇମ୍ରାନ

By

Published : Jul 1, 2020, 7:22 PM IST

ଇସଲାମାବାଦ: ଭାରତକୁ ହଇରାଣ କରିବା ପାଇଁ ଚୀନ ଏବଂ ନେପାଳ ସହ ହାତ ମିଶାଇବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ । ନେପାଳରେ ଶାସନ ପାଇଁ ସଂଘର୍ଷ କରୁଥିବା ଓଲି ସରକାରଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମର୍ଥନ କରିବେ ବୋଲି ଜଣାପଡିଛି ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରବିବାର ତାଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଥିଲେ । ଏଥିପାଇଁ ସେ ଭାରତକୁ ଦାୟୀ କରିଥିଲେ । ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରାକୁ ଦେଶର ନୂତନ ମାନଚିତ୍ରରେ ସାମିଲ କରିବା ପରେ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଥିବା ସେ କହିଥିଲେ । ତେବେ ଓଲିଙ୍କ ଏହି ବୟାନ ମଙ୍ଗଳବାର ତାଙ୍କ ବିପଦକୁ ଆହୁରି ବଢାଇଦେଇଥିଲା । ପୁଷ୍ପା କମଲ ଦହଲ ପ୍ରଚାନ୍ଦ ଭଳି ପ୍ରତିଦ୍ୱନ୍ଦ୍ୱୀ ନେତାମାନେ ଓଲିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ଇସ୍ତଫା ଦାବି କରିଥିଲେ ।

ତେବେ ପ୍ରଧାନମନ୍ତ୍ରୀ ଅଲିଙ୍କ ପାଇଁ ଇମ୍ରାନ ଖାନଙ୍କ ସମର୍ଥନ ଏପରି ସମୟରେ ଆସିଛି ଯେତେବେଳେ ସେ କ୍ଷମତାରେ ରହିବାକୁ ସଂଘର୍ଷ କରୁଛନ୍ତି । ତେବେ ଇସଲାମାବାଦ ପକ୍ଷରୁ ନେପାଳ ବୈଦେଶିକ ମନ୍ତ୍ରାଳୟ ସହ ସମ୍ପର୍କ କରାଯାଇଥିବା ଜଣାପଡିଛି । ଇମ୍ରାନ ଖାନ ଏବଂ ଓଲିଙ୍କ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ଇସଲାମାବାଦ ଔପଚାରିକ ସନ୍ଦେଶ ଦେଇଛି । ଇମ୍ରାନ ଖାନ ଗୁରୁବାର ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ସୂତ୍ରରୁ ପ୍ରକାଶ ପାଇଛି ।

ତେବେ କୂଟନୈତିକ ସୂତ୍ରରୁ ଏହା ସ୍ପଷ୍ଟ ହେଉଛି ଯେ, ଉଭୟ ଦେଶ ଭାରତ ବିରୋଧରେ ଆଲୋଚନା କରିବାକୁ ଯାଉଛନ୍ତି । କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ କରାଚି ଷ୍ଟକ ଏସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଇଛନ୍ତି । ଅନ୍ୟପକ୍ଷରେ ଓଲି ମଧ୍ୟ ନିଜ ରାଜନୈତିକ ଉଥଳପୁଥଳ ପାଇଁ ଭାରତକୁ ଦାୟୀ କରିଛନ୍ତି ।

ABOUT THE AUTHOR

...view details