ଓଡିଶା

odisha

ETV Bharat / bharat

ପାକିସ୍ତାନ ସଂସଦ ଆକ୍ରମଣ ଘଟଣା: ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଇମ୍ରାନ ଖାନ

2014 ମସିହା ପାକିସ୍ତାନର ସଂସଦ ଆକ୍ରମଣ ଘଟଣାରେ ଇମ୍ରାନ ଖାନ ନିର୍ଦ୍ଦୋଷରେ ଖଲାସ ହେଲେ ଇମ୍ରାନ ଖାନ। ଆତଙ୍କବାଦ ବିରୋଧୀ କୋର୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ପାକିସ୍ତାନ ସଂସଦ ଆକ୍ରମଣ ଘଟଣା: ନିର୍ଦ୍ଦୋଶ ସବ୍ୟସ୍ତ ହେଲେ ଇମ୍ରାନ ଖାନ
ପାକିସ୍ତାନ ସଂସଦ ଆକ୍ରମଣ ଘଟଣା: ନିର୍ଦ୍ଦୋଶ ସବ୍ୟସ୍ତ ହେଲେ ଇମ୍ରାନ ଖାନ

By

Published : Oct 29, 2020, 4:52 PM IST

ଇସଲାମାବାଦ:2014 ମସିହାରେ ପାକିସ୍ତାନର ସଂସଦ ଆକ୍ରମଣ ଘଟଣାରେ ଇମ୍ରାନ ଖାନ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଛନ୍ତି। ଇସଲାମାବାଦ ସ୍ଥିତ ଆତଙ୍କବାଦ ବିରୋଧୀ କୋର୍ଟ(ATC- anti terrorism court)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ଜାୱାଦ ଅବ୍ବାସ ହାସନ ପାକିସ୍ତାନ ସଂସଦ ଆକ୍ରମଣ ଘଟଣାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି।

ଇମ୍ରାନ ଖାନଙ୍କ ପାଇଁ ଆତଙ୍କବାଦ ବିରୋଧୀ କୋର୍ଟରେ ଜଣେ ସରକାରୀ ଓକିଲ ଆବେଦନ ପତ୍ର ଦାଖଲ କରିଥିଲେ। ରାଜନୈତିକ ଶତ୍ରୁତାରୁ ଇମ୍ରାନ ଖାନ ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣାକୁ ରାଜନୈତିକରଣ କରାଯାଇ କୋର୍ଟଙ୍କ ସମୟ ନଷ୍ଟ କରାଯାଉଛି ବୋଲି ଯୁକ୍ତ ବାଢ଼ିଥିଲେ ସରକାରୀ ଓକିଲ। ଏହାସହ ସଂସଦ ଉପରେ ଆକ୍ରମଣ ଘଟଣାରେ ଇମ୍ରାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରିନଥିଲା। ଏହାସହ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଆଭିଙ୍କ ବିରୋଧରେ ମଧ୍ୟ ତଦନ୍ତ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପାକିସ୍ତାନ ସଂସଦ ଆକ୍ରମଣ ଘଟଣାରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେଶି, ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟକ, ଶିକ୍ଷା ମନ୍ତ୍ରୀ ଶଫକାଟ ମେହମୁଦ ଏବଂ ଯୋଜନା ମନ୍ତ୍ରୀ ଅସଦ ଉମର, ପିଟିଆଇ ଦଳର ପ୍ରମୁଖ ନେତା ଆଲେମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ନେତାମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

2014 ଅଗଷ୍ଟ 31 ତାରିଖରେ ପାକିସ୍ତାନର ତତ୍କାଳୀନ ସରକାରଙ୍କୁ ହଟାଇବା ପାଇଁ ପାକିସ୍ତାନର ତେହେରିକ-ଏ-ଇନସାଫ ଦଳ ଓ ପାକିସ୍ତାନ ଆୱାମୀ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସମସ୍ତ ନେତା ସଂସଦ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଗୃହ ଘେରାଉ କରିବାକୁ ବାହାରିଥିଲେ। ତେବେ ସେହି ସମୟରେ ପାକିସ୍ତାନ ପୋଲିସ ଓ ରାଜନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ 3ଜଣ ପାକିସ୍ତାନ ନାଗରିକ ପ୍ରାଣ ହରାଇଥିବା ବେଳେ 26 ଜଣ ଗୁରୁତର ଆହତ ହୋଇଥିଲେ। ଏନେଇ ଇମ୍ରାନ ଖାନଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ କୋର୍ଟରେ ମାମଲା ରୁଜୁ ହୋଇଥିଲା।

@IANS

ABOUT THE AUTHOR

...view details