ନୂଆଦିଲ୍ଲୀ: ବର୍ଷ ୨୦୧୯ରେ ଭାରତୀୟ ବୈଦେଶିକ ନୀତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ମୋଦି ସରକାର ମଇ ମାସରେ ହୋଇଥିବା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇ ପୁଣି କ୍ଷମତାକୁ ଫେରିଛନ୍ତି । ବୈଦେଶିକ ମାମଲାରେ ଜଣେ ସକ୍ରିୟ ବିଶେଷଜ୍ଞଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ କରାଯାଇ ବୈଦେଶିକ ନୀତିରେ ଭାରତକୁ ଗୋଟିଏ ମହାଶକ୍ତି ଭାବରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର ।
ଏଥିପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ୨୦୧୯ ଅଗଷ୍ଟ ମାସରେ ଆସିଥିଲା । ସେହି ସମୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଚୀନ ନିଜର ଭୂମିକା ଉପରେ ଜୋର ଦେଇ ଲମ୍ବା ସମୟ ଧରି ନିଷ୍କ୍ରିୟ ଥିବା ‘ଭାରତ-ପାକିସ୍ତାନ ପ୍ରଶ୍ନ’କୁ ପୁନର୍ଜିବିତ କରିବାକୁ ବାଧ୍ୟ କରିଥିଲା । ଏସମ୍ପର୍କରେ ୧୯୭୧ରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା । କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ଖୋଲାଖୋଲି କୁଟନୈତିକ ସ୍ତରରେ ମୁହାଁମୁହିଁ ହୋଇ ଚୀନ ପାକିସ୍ତାନ ସହିତ ମେଣ୍ଟ କରିଥିଲା।
ଚୀନର ନୂତନ ବହୁପକ୍ଷୀୟ କୁଟନୀତି ଯୋଗୁଁ ଗତ ଅକ୍ଟୋବର ମାସରେ ଚେନ୍ନାଇରେ ଦ୍ବିତୀୟ ଥର ପାଇଁ ଭାରତ-ଚୀନ ‘ଅନୌପଚାରିକ ଶିଖର ସମ୍ମିଳନୀ’ ମାଧ୍ୟମରେ ଏସିଆର ଦୁଇ ପଡ଼ୋଶୀଙ୍କୁ ରଚନାତ୍ମକ ସମ୍ପର୍କ ପାଇଁ ନୂତନ ପୂର୍ବଭାଷ ଦେଇଛି ।
୨୦୧୯ ଫେବୃଆରୀ ମାସରେ ପୁଲୱାମାରେ ପାକିସ୍ତାନ ସେନା ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପକ୍ଷୀୟ ସମ୍ପର୍କ ବିଗିଡ଼ି ଯାଇଛି । ଏହି କାରଣରୁ ଭାରତ ବାଲାକୋଟରେ ଥିବା ପାକିସ୍ତାନୀ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହାପରେ ୨୦୧୯ ଅଗଷ୍ଟରେ ପାକିସ୍ତାନ ଏକତରଫା ଭାବେ ଭାରତ ସହିତ ରାଜନୈତିକ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲା । ସେପ୍ଟେମ୍ବର ପରଠୁ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ନିରନ୍ତର ଅଭିଯାନ ଆରମ୍ଭ କରିଥିଲା । ଏହାପରେ ବି ଦୁଇ ଦେଶ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ପଦକ୍ଷେପ ନେବାରେ ସକ୍ଷମ ହୋଇଥିଲେ । ଏଥିରେ ଶିଖ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ମଧ୍ୟରୁ ପାକିସ୍ତାନରେ ଥିବା ଗୋଟିଏ ସ୍ଥାନକୁ ଭାରତ ସହିତ ସଂଯୋଗ କରୁଥିବା କରତାରପୁର କରିଡରର ଉଦଘାଟନ ହୋଇଥିଲା ।
୨୦୧୯ ବର୍ଷରେ ଭାରତର ପଡ଼ୋଶୀ ଦେଶରେ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତ ପକ୍ଷରୁ ପଡ଼ୋଶୀଙ୍କ ସହିତ ରଣନୈତିକ ସମ୍ପର୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ କହି ସେମାନଙ୍କୁ ଜବାବ ଦେଇଛି । ବର୍ତ୍ତମାନ କ୍ଷମତାରେ ଥିବା ଦଳ ୨୦୧୪ ମଇ ମାସରେ ସରକାର ଗଠନ କରିବା ପରେ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ଓ ମିଆଁମାରର ନେତାମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କ ଉପସ୍ଥିତିରେ ୨୦୧୯ରେ ବିମ୍ସଟେକ (ବଙ୍ଗୋପସାଗର ନିକଟବର୍ତ୍ତୀ ଦେଶ) ମାଧ୍ୟମରେ ସାର୍କରେ ଭାରତୀୟ ବିଦେଶ ନୀତିକୁ ପୁନର୍ବିନ୍ୟାସ କରିଥିଲା । ଗତ ଜୁନ ମାସରେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ପଡ଼ୋଶୀ ଦେଶ ମାଳଦ୍ବୀପ ଗସ୍ତରେ ଯାଇଥିଲେ । ନଭେମ୍ବର ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଥମ ବିଦେଶ ଗସ୍ତ ଭାରତକୁ କରିବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭାରତୀୟ ବୈଦେଶିକ ନୀତି ପ୍ରଭାବଶାଳୀ ହେଉଛି ବୋଲି ସଙ୍କେତ ପ୍ରଦାନ କରୁଛି ।
୨୦୧୯ ଶେଷ ସୁଦ୍ଧା ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଘରୋଇ ଅଶାନ୍ତି ବୃଦ୍ଧି ପାଉଥିବାରୁ ଭାରତ ଚିନ୍ତିତ ଥିଲା । କାରଣ ଏହି ଅସନ୍ତୋଷ ଭାରତର ପ୍ରମୁଖ ‘ଆକ୍ଟ-ଇଷ୍ଟ’ ସଂଯୋଗୀକରଣ ପଦକ୍ଷେପକୁ ବାଂଲାଦେଶ ଓ ମିଆଁମାର ପକ୍ଷରୁ ବିପଦରେ ପକାଇବାର କ୍ଷମତା ରହିଛି । ଡିସେମ୍ବର ମାସରେ ଗୌହାଟୀରେ ହେବାକୁ ଥିବା ଭାରତ-ଜାପାନ ଶିଖର ସମ୍ମିଳନୀ ସ୍ଥଗିତ ହେବା, ଭାରତ ସଂଯୋଗକର୍ତ୍ତା ଭାବରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ‘ଆସିଆନା’କୁ ଯୋଡ଼ୁ ଥିବା ଆରସିଇପି ବ୍ୟାପାର ବ୍ୟବସ୍ଥାରେ ଦ୍ବିପକ୍ଷୀୟ ଓ ଆଞ୍ଚଳିକ ସ୍ବାର୍ଥ ନାହିଁ । ଭାରତ ବିଦେଶ ନୀତିର ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗକୁ ଉପଯୋଗ କରିବା ପାଇଁ କ୍ଷମତା ନାହିଁ ।
୨୦୧୯ରେ ତିନୋଟି ପଦକ୍ଷେପରେ ଭାରତକୁ ତାର ‘ଇଣ୍ଡୋ-ପାସିଫିକ’ ରଣନୀତିର ଢାଞ୍ଚାରେ ସାର୍ବଭୌମତ୍ତ୍ବକୁ ବଜାୟ ରଖିବା ପାଇଁ ଜୋର ଦେବା ପ୍ରୟାସକୁ ଗୁରୁତ୍ବ ଦେଇଥିଲା । ସର୍ବ ପ୍ରଥମେ ଭାରତ ମଇରେ ସଂଯୁକ୍ତ ରାଷ୍ଟ୍ର ପ୍ରସ୍ତାବରେ ମରିସସକୁ ଖୋଲାଖୋଲି ସମର୍ଥନ କରିଥିଲା । ଏଥିରେ ବ୍ରିଟେନ 6 ମାସ ମଧ୍ୟରେ ଚାଗୋସ ଦ୍ବୀପ ସମୁହରୁ ତାର ଔପନିବେଶିକ ପ୍ରଶାସନକୁ ହଟାଇବା ଆବଶ୍ୟକ । ଦ୍ବିତୀୟରେ ‘ଇଣ୍ଡୋ-ପ୍ୟାସିଫିକ’ରେ ସମୁଦ୍ରରେ ଆମର ପଶ୍ଚିମ ମହାସାଗର ପଡ଼ୋଶୀ, ଆରବ ସାଗରର ଦ୍ବୀପ ରାଷ୍ଟ୍ର ଓ ଆଫ୍ରିକା ମିଳିତ ଭାବରେ ଇଣ୍ଡୋ-ପାସିଫିକ ମହାସାଗରର ଅଂଶଭାବେ ଡିସେମ୍ବର ମାସରେ ଦିଲ୍ଲୀ ଆଲୋଚନା ଅନୁସାରେ ଆମ ସହିତ ଅଛନ୍ତି ବୋଲି ଭାରତ ଦାବି କରୁଛି । ଏହି ପଦକ୍ଷେପ ପଶ୍ଚିମ ଇଣ୍ଡୋ-ପାସିଫିକରେ ଅଧିକ ପ୍ରଭାବଶାଳୀ ଭାରତୀୟ ରଣନୀତି ପାଇଁ ପ୍ରସ୍ତୁତ କରାଯାଇଛି । ତୃତୀୟରେ ବ୍ଳାଦିବୋସ୍ତୋକଭାବେ ଋଷ ପ୍ରଶାନ୍ତ ବନ୍ଦରରେ ଚେନ୍ନାଇକୁ ଯୋଡ଼ିବା ପାଇଁ ସମୁଦ୍ର ସମ୍ପର୍କ ମାର୍ଗ ସେପ୍ଟେମ୍ୱରରେ ଘୋଷଣା ହୋଇଛି । ଏଥିରେ ସ୍ବାଧୀନ ଓ ମିଳିତ ଇଣ୍ଡୋ-ପାସିଫିକରେ ଋଷର ଅଂଶୀଦାରମାନଙ୍କୁ ସାମିଲ କରାଯାଇଛି ।
୨୦୧୯ରେ ଆମେରିକା, ଋଷ ଓ ଫ୍ରାନ୍ସ ସହିତ ‘ପ୍ରସଙ୍ଗ ଆଧାରିତ ବ୍ୟବସ୍ଥା’ରେ ଭାରତର ସମ୍ପର୍କ ପ୍ରଭାବଶାଳୀ ଥିଲା । ଆମେରିକା ସହିତ ଶକ୍ତି ଓ ପ୍ରତିରକ୍ଷା ସହଯୋଗରେ ଲଗାତାର ବୃଦ୍ଧି ହୋଇଛି, ଯାହାକି ଦ୍ବିପକ୍ଷୀୟ ବ୍ୟାପାର ପ୍ରସଙ୍ଗରେ ମତଭେଦ ସତ୍ତ୍ବେ ଡିସେମ୍ବରରେ ପ୍ରତିରକ୍ଷା ଓ ବିଦେଶ ମାମଲା ମନ୍ତ୍ରାଳୟର ଧ୍ୟାନ କେନ୍ଦ୍ରିତ ଥିଲା। ଭାରତରେ ଋଷ ସହିତ ମିଳିତଭାବେ ପ୍ରତିରକ୍ଷା ଯନ୍ତ୍ରପାତି ନିର୍ମାଣ ପାଇଁ କାର୍ଯ୍ୟକ୍ରମରେ ଋଷର ଅଂଶ ବୃଦ୍ଧି ହୋଇଛି । ଏହି ଘୋଷଣା ଯୋଗୁଁ ଋଷର ସୁଦୂର ପୂର୍ବରେ ଭାରତୀୟ ଶ୍ରମିକଙ୍କ ଅସ୍ଥାୟୀ ଆନ୍ଦୋଳନ ସହିତ ବ୍ୟାପାର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୧ ବିଲିୟନ ଡଲାର ଲାଇନ ଅଫ କ୍ରେଡ଼ିଟର ଶ୍ରେୟ ରଣନୀତି ଅଂଶୀଦାରକୁ ବହୁତ ବୃଦ୍ଧି କରିଛି । ଫ୍ରାନ୍ସ ସହିତ ପ୍ରତିରକ୍ଷା ଅଧିଗ୍ରହଣ, ଭାରତ ମହାସାଗରରେ ସୁରକ୍ଷା ବୁଝାମଣା, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ବ ଜଳବାୟୁ ପଦକ୍ଷେପ ପାଇଁ ମିଳିତ ନେତୃତ୍ୱ ସହିତ ଆଞ୍ଚଳିକ ଓ ବହୁପକ୍ଷୀୟ ସମ୍ପର୍କ ଯୋଗୁଁ ଭାରତ-ଫ୍ରାନ୍ସ ରଣନୀତିକ ସମ୍ପର୍କର ସ୍ତମ୍ଭ ପ୍ରଦାନ କରିଛି ।
ଏକ ପ୍ରମୁଖ ଶକ୍ତିରେ ପରିବର୍ତ୍ତନକୁ ଗତିଶୀଳ କରିବା ପାଇଁ ନିରନ୍ତର ଭାବେ ଅନ୍ତର୍ଜାତୀୟ ସହଯୋଗ ଉପରେ ନିର୍ଭର କରିବାକୁ ପଡେ଼ । ବିଶେଷ ଭାବରେ ଆର୍ଥିକ ଓ ବୈଷୟିକ କ୍ଷେତ୍ରରେ ଭାରତ ବହୁମୁଖୀ ପରିବର୍ତ୍ତନ ହୋଇଛି ବୋଲି ଭାରତ ଦାବି କରୁଛି । ଏଥିରେ ୟୁଏନଏସସି ଓ ଆଇଏମଏଫ ଭଳି ବିଶ୍ବକୁ ଚଳାଉଥିବା ସଂସ୍ଥାମାନଙ୍କ ଦ୍ବାରା ନିଷ୍ପତ୍ତି ନେବାରେ ଭାରତର ସମାନ ଅଂଶୀଦାରକୁ ପ୍ରାଥମିକତା ଦେଇଛନ୍ତି । ୨୦୧୯ ଶେଷ ହୋଇ ଆସୁଥିବାବେଳେ ବହୁଧ୍ରୁବୀୟ ଏସିଆ ଓ ବହୁଧ୍ରୁବୀୟ ବିଶ୍ବ ନିର୍ମାଣ ହେବା ଭାରତର ଉଦ୍ଦେଶ୍ୟ ।