ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ନେତୃତ୍ବ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । 2021 ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି ତେଣୁ ଦଳ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି। ପଶ୍ଚିମବଙ୍ଗ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ବିଜେପି। ଏହି କ୍ରମରେ ବିଜେପି ନେତୃତ୍ବର ଗୁରୁତ୍ବପୂର୍ଣ୍ଣ ବୈଠକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି।
ଆସନ୍ତା କିଛି ମାସ ମଧ୍ୟରେ ଟିଏମସିର ନୂତନ ନେତା ତଥା ସମର୍ଥକଙ୍କୁ ବିଜେପିରେ ଯୋଗଦେବା ଉପରେ ଏହି ବୈଠକର ମୁଖ୍ୟ ଆକର୍ଷଣ। ବିଜେପିରେ ଯୋଗଦେବା ପୂର୍ବରୁ ସେମାନଙ୍କ ବିଷୟରେ ଯାଞ୍ଚ ମଧ୍ୟ କରାଯିବ । ଏହା ବ୍ୟତୀତ ନିର୍ବାଚନ ପୂର୍ବରୁ ରାଜ୍ୟ ଦଳର ନେତାଙ୍କ ପାଇଁ ନୂତନ ଦାୟିତ୍ବ ଉପରେ ମଧ୍ୟ ଆଲୋଚନା ହେବ।