ଓଡିଶା

odisha

ETV Bharat / bharat

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: 91ଟି ଲୋକସଭା ଆସନରେ ହେବ ମତଦାନ - ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶର ମୋଟ୍‌ 543ଟି ଲୋକସଭା ଆସନରୁ 91ଟି ଆସନରେ ମତଦାନ ହେବ। 20ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଫାଷ୍ଟ ଫେଜରେ ଭୋଟ ଗ୍ରହଣ ହେବ।

ପ୍ରତୀକାତ୍ମକ ଫଟୋ

By

Published : Apr 9, 2019, 10:26 PM IST

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ଭୋଟ ଦେବ ଭାରତ। ଆରମ୍ଭ ହୋଇଯିବ ଗଣତନ୍ତ୍ରର ମହାପର୍ବ । ଆସନ୍ତା 11 ତାରିଖରେ ସାରା ଦେଶରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ।ଏଥିପାଇଁ ନେତା, ପ୍ରଶାସନ ଓ ଭୋଟର ସମସ୍ତେ ପ୍ରସ୍ତୁତ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶର ମୋଟ୍‌ 543ଟି ଲୋକସଭା ଆସନରୁ 91ଟି ଆସନରେ ମତଦାନ ହେବ । ଦେଶର 20ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ଭୋଟ୍‌ ଗ୍ରହଣ। ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ଆସନରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ସାବ୍ୟସ୍ତ କରିବେ ଭୋଟର ।

ତେବେ ବାମପନ୍ଥୀ ପ୍ରଭାବିତ ଅଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟରେ ଏହି ମତଦାନ ସମୟରେ ପରିବର୍ତ୍ତନ ହେବ । ଏସବୁ ଅଞ୍ଚଳରେ ସକାଳ 7ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହେବ । ତେବେ ଏହା ସନ୍ଧ୍ୟା 5 କିମ୍ବା ଅପରାହ୍ନ 4 ଅଥବା ଅପରାହ୍ନ 3ଟା ଯାଏଁ ଚାଲିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ପରିସ୍ଥିତି ଦେଖି ଏହି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ABOUT THE AUTHOR

...view details