ଓଡିଶା

odisha

ETV Bharat / bharat

ୟୁପିରେ 69 ହଜାର ଶିକ୍ଷକ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି - important hearing in supreme court

ଉତ୍ତରପ୍ରଦେଶର ସରକାରୀ ପ୍ରାଥମିକ ବିଦ୍ୟାଳୟରେ 69 ହଜାର ସହକାରୀ ଶିକ୍ଷକ ନିଯୁକ୍ତି ନେଇ ଆଜି (ବୁଧବାର) ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ଏହି ମାମଲାରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଛି ।

ୟୁପିରେ 69 ହଜାର ଶିକ୍ଷକ ନିଯୁକ୍ତି
ୟୁପିରେ 69 ହଜାର ଶିକ୍ଷକ ନିଯୁକ୍ତି

By

Published : Jul 15, 2020, 4:07 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସରକାରୀ ପ୍ରାଥମିକ ବିଦ୍ୟାଳୟରେ 69 ହଜାର ସହକାରୀ ଶିକ୍ଷକ ନିଯୁକ୍ତି ନେଇ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ଏହି ମାମଲାରେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଖଲ କରାଯାଇଛି । ସହକାରୀ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ୟୁପି ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏପରିକି କାଉନସିଲିଂ ମଧ୍ୟ ଆରମ୍ଭ ହୋଇଯାଇଥିଲା ମାତ୍ର କିଛି ଭୁଲ ପ୍ରଶ୍ନ ହେତୁ ସମଗ୍ର ନିଯୁକ୍ତି ପ୍ରକ୍ରିୟା କୋର୍ଟରେ ଅଟକି ରହିଛି ।

ପ୍ରକାଶଥାଉକି, ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ପରିଷଦର ପ୍ରାଥମିକ ବିଦ୍ୟାଳୟରେ 69000 ସହକାରୀ ଶିକ୍ଷକ ନିଯୁକ୍ତିରେ କଟଅଫ୍ ମାର୍କ ବିବାଦ ଦୀର୍ଘ ସମୟ ଧରି ହାଇକୋର୍ଟରେ ଅଟକି ରହିଛି । ଶିକ୍ଷାମିତ୍ର ଚୟନ ପାଇଁ 37,339 ପଦବୀ ପୂରଣ ଉପରେ ସୁପ୍ରିମକୋର୍ଟ ବାରଣ କରିଛନ୍ତି ।

ପ୍ରତ୍ୟେକ ଥର ଅଦାଲତ ନିଯୁକ୍ତିର ଗୁରୁତ୍ବପୂର୍ଣ୍ଣ ମୋଡ ଉପରେ ରହିତାଦେଶ ଲାଗୁ କରିଦେଇଥିଲେ । ଜୁନ 3 ରେ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଲିଖିତ ପରୀକ୍ଷାରେ ପଚରାଯାଇଥିବା 142 ଟି ପ୍ରଶ୍ନକୁ UGC ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ 12 ରେ 2 ଜଣ ବିଚାରପତିଙ୍କ ଏକ ବେଞ୍ଚ ରୋକ୍ ଲଗାଇ ପ୍ରଶ୍ନର ବିବାଦକୁ ସମାପ୍ତ କରିଥିଲେ । ତେବେ ଜୁନ 9 ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ଏହି ନିଯୁକ୍ତି ପ୍ରକ୍ରିୟା ଅଟକି ରହିଛି ।

ABOUT THE AUTHOR

...view details