ନୂଆଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ ଡାକ୍ତରଙ୍କ ସହ ଏହି ଲଢେଇରେ ସାମିଲ ହୋଇଛନ୍ତି ସମସ୍ତେ । କିନ୍ତୁ ଏହି ଲଢେଇରେ ଡାକ୍ତରଙ୍କ ଠାରୁ ଅଧିକ ମୂଲ୍ୟବାନ ସଫେଇ କର୍ମୀ । କାରଣ ଡାକ୍ତରଙ୍କ ଠାରୁ ସେମାନେ ହିଁ ଅଧିକ ସମୟ ରୋଗୀଙ୍କ କ୍ୟାବିନରେ ଉପସ୍ଥିତ ରହିଥାନ୍ତି ।
ଡାକ୍ତରଙ୍କ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଫେଇ କର୍ମୀ : ଡାକ୍ତର - coronavierus
ଡାକ୍ତରଙ୍କ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଫେଇ କର୍ମୀ ବୋଲି କହିଲେ ଡାକ୍ତର । ସେମାନେ ମଧ୍ୟ ଡାକ୍ତରଙ୍କ ଭଳି ସମ୍ମାନର ଅଧିକାରୀ । ଅଧିକ ପଢନ୍ତୁ...
![ଡାକ୍ତରଙ୍କ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଫେଇ କର୍ମୀ : ଡାକ୍ତର importance of sanitation workers in fight against coronavirus](https://etvbharatimages.akamaized.net/etvbharat/prod-images/768-512-7673860-625-7673860-1592500567968.jpg)
ଦିଲ୍ଲୀର ଡାକ୍ତର କୌଶଳ କାନ୍ତ ମିଶ୍ରାଙ୍କ କହିବା ଅନୁସାରେ, ଏହି ଲଢେଇରେ ଆମ ଠାରୁ ଅଧିକ ସଫେଇ କର୍ମଚାରୀଙ୍କୁ ଗୁରୁତ୍ବ ଦେବା ଉଚିତ । କାରଣ ସେମାନଙ୍କ ଜୀବନ ପ୍ରତି ପ୍ରତି ମୂହୂର୍ତ୍ତରେ ବିପଦ ଜାଣି ମଧ୍ୟ ରୋଗୀଙ୍କ ନିକଟକୁ ଯାଇ ପରିସ୍କାର କରିଥାନ୍ତି । ତେଣୁ ଡାକ୍ତରଙ୍କ ଅପେକ୍ଷା ସେମାନଙ୍କୁ ମଧ୍ୟ ଗୁରୁତ୍ବ ଦେବା ଉଚିତ । ସେମାନଙ୍କୁ ମଧ୍ୟ ଯଥେଷ୍ଟ ସମ୍ମାନ ଦେବା ଜରୁରୀ । ଯାହା ଦ୍ବାରେ ସେମାନେ ଆଗାମୀ ଦିନରେ ମଧ୍ୟ ଏମିତି ଲଢେଇରେ ସାମିଲ ରହିବେ ।
ଜଣେ କୋରୋନା ରୋଗୀ ହସ୍ପିଟାଲକୁ ଆସିବା ପରେ କିଛି ସମୟ ଭିତରେ ଭୂତାଣୁ ଚାରିଆଡେ ବ୍ୟାପିଯାଏ । ତେଣୁ ସେତିକି ସତର୍କତାର ସହ ଏମାନଙ୍କୁ ସଫା କରିରଖିବାକୁ ପଡିଥାଏ । ଏହି ସମୟରେ ଅଧିକ ଆପଣଙ୍କ ଶରୀରର ବାହାରକୁ ଏକ୍ସପୋଜ ନକରି ଯେତେ ସମ୍ଭବ ସେତେ ଘୋଡାଇ ରଖନ୍ତୁ । ହାତ ପାଇଁ ଗ୍ଲୋବସ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ଡାକ୍ତର କୌଶଳ ।