ଓଡିଶା

odisha

ETV Bharat / bharat

ଧାରା 370 ଉଚ୍ଛେଦ ପରେ କାଶ୍ମୀରର 15 ହଜାରରୁ ଊର୍ଦ୍ଧ୍ବ ଯୁବକଙ୍କୁ ଚାକିରୀ - section 370

ଭାରତ ସରକାରଙ୍କ ଅନୁଯାୟୀ, ଜାମ୍ମୁ କାଶ୍ମୀରରେ କୌଣସି ରାଜନୈତିକ ନେତାଙ୍କୁ ଗିରଫ କରାଯାଇ ନାହିଁ । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଅଧୀନରେ ନିୟମିତ ପାଣ୍ଠି ବ୍ୟତୀତ 30,757 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

କାଶ୍ମୀରର 15 ହଜାରରୁ ଉର୍ଦ୍ଧ୍ବ ଯୁବକଙ୍କୁ ଚାକିରୀ
କାଶ୍ମୀରର 15 ହଜାରରୁ ଉର୍ଦ୍ଧ୍ବ ଯୁବକଙ୍କୁ ଚାକିରୀ

By

Published : Sep 16, 2020, 4:29 PM IST

ହାଇଦ୍ରାବାଦ: ଭାରତ ସରକାରଙ୍କ ଅନୁଯାୟୀ, ଜାମ୍ମୁ କାଶ୍ମୀରରେ କୌଣସି ରାଜନୈତିକ ନେତାଙ୍କୁ ଗିରଫ କରାଯାଇ ନାହିଁ । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଅଧୀନରେ ନିୟମିତ ପାଣ୍ଠି ବ୍ୟତୀତ 30,757 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଆଇଟି ସେକ୍ଟର, କଷ୍ଟମର ସର୍ଭିସରେ HIMAYAT ଯୋଜନା ଅଧିନରେ ପ୍ରାୟ 15,142 ଜଣଙ୍କୁ ଚାକିରୀ ଦିଆଯାଇଛି । 31 ଜୁଲାଇ 2020 ସୁଦ୍ଧା 6763 ଯୁବକ ତାଲିମ ନେଉଛନ୍ତି ଏବଂ 6556 ଯୁବକ ନିଯୁକ୍ତି ପାଇଛନ୍ତି ।

କୃଷି, ଅଟୋମୋବାଇଲ୍, ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା, ଗାରମେଣ୍ଟସ୍, ମେକ୍ ଇନ୍ ଏବଂ ଘର ସାଜସଜ୍ଜା, ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା, ନିର୍ମାଣ ଇତ୍ୟାଦିରେ ତାଲିମ ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମଧ୍ୟ ଯୁବକଙ୍କୁ ସାହାଯ୍ୟ ଯୋଗାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଫ୍ଲାଗସିପ୍ ଯୋଜନା ଜାମ୍ମୁ କାଶ୍ମୀରର ଏବଂ ଲଦାଖର ସକ୍ରିୟ ଭାବରେ କାର୍ଯ୍ୟକାରୀ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details