ହାଇଦ୍ରାବାଦ: ଲକ୍ଡାଉନ୍ ସମୟରେ ସଫଳ ହେଲା ‘ଇଟିଭି ଭାରତ’ର ପ୍ରୟାସ । ଓଡିଆ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନାରେ ମିଳିଲା ରହିବା ଓ ଖାଇବାର ସୁବିଧା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଢେପଗୁଡା ଗାଁର 15 ଜଣ ଓ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କରିବିରି ଗାଁର 5 ଜଣ ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଛନ୍ତି ତେଲେଙ୍ଗାନା ସରକାର ।
କୋରୋନାର ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ୍ ଲାଗୁ ହେବା ପରେ ଯାତ୍ରୀ ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିଲା । ଫଳରେ ହାଇଦ୍ରାବାଦ୍ ଉପକଣ୍ଠ ତୁରକାୟମଜାଲ୍ ଅଞ୍ଚଳ ରାଗନାଗୁଡା ଗାଁରେ କାମ କରୁଥିବା ଏହି ଶ୍ରମିକ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏନେଇ ଇଟିଭି ଭାରତ ଖବର ପ୍ରଶାସନ କରିବା ପରେ ତେଲେଙ୍ଗାନା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ଆଶ୍ରୟସ୍ଥଳରେ ରଖିବା ସହ ଖାଦ୍ୟସାମଗ୍ରୀ ଯୋଗାଇଦେଇଛି ।