ଶ୍ରୀନଗର: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଐତିହାସିକ ପଦକ୍ଷେପ ମଧ୍ୟରେ ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(କ)କୁ ଉଚ୍ଛେଦ । ଏହି ଧାରା ଅନୁଯାୟୀ, ଜମ୍ମୁ-କାଶ୍ମୀରକୁ ଯେଉଁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଥିଲା ତାହାକୁ ହଟାଇ ଦିଆଯାଇଛି । ଆଜି ଏହି ଧାରା 370 ଉଚ୍ଛେଦ ବର୍ଷେ ପୂରିଛି । ଏଥିସହ ଜମ୍ମୁ-କାଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଗଢିଉଠିଛି । ଏହି ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଏବେ ଚାଇନ ଅଶାନ୍ତି ସୃଷ୍ଟି କରିଛି ।
ଗଲୱାନ ଘାଟିରେ ଭାରତୀୟ ସେନା ଓ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ କେବଳ 1999 କାର୍ଗିଲ ଯୁଦ୍ଧକୁ ପୁର୍ନଜୀବିତ କରିନଥିବା ବରଂ ଲଦାଖ ଓ ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା । ସ୍ଥାନୀୟ ଲୋକମାନେ କୋରୋନା ମହମାରୀ ଯୋଗୁଁ ସମ୍ପୂର୍ଣ୍ଣ ଲକଡାଉନ ପରିସ୍ଥିତିରୁ ଅତିକ୍ରମ କରିସାରିଥିବାବେଳେ ଏବେ ପୁଣି ଆଉ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀ ହେବାକୁ ଯାଉଛନ୍ତି । ମହାମାରୀ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଘୋଷଣା କରିବା ଏବଂ ଚାଇନାର ଆକ୍ରମଣ ସେମାନଙ୍କ ଜୀବନରେ କିପରି ପ୍ରଭାବ ପକାଇଛି ତାହାର ଏକ ସାରାଂଶ ଉପରେ ନଜର ପକାନ୍ତୁ ।
ଜମ୍ମୁ-କାଶ୍ମୀରରେ ଉପରେ ପ୍ରଭାବ
ଗତ ମାସରେ ଉତ୍ତର କାଶ୍ମୀରର ହନ୍ଦୱାଡା ଏବଂ ସୋପୋରା ଅଞ୍ଚଳରେ ଦୁଇଟି ପୃଥକ ଗୁଳି ବିନିମୟରେ କରି ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଯବାନ ଶହୀଦ ହୋଇଥିଲେ । ଏହି ଅଞ୍ଚଳରେ ପୁଣି ଥରେ ବିଦ୍ରୋହ ସୃଷ୍ଟି ହୋଇଥିବା ନେଇ ସେନା ଅଧିକାରୀ ଦାବି କରିଛନ୍ତି ।
ଯଦି ବର୍ତ୍ତମାନ ସମୟ ରେ ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ଆଗକୁ LAC ରେ ଅନେକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ପାକିସ୍ତାନ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି ପାଇଁ ବିଭିନ୍ନ ଷଡଯନ୍ତ୍ର କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବ । ଯେଉଁଥିପାଇଁ ଭାରତକୁ ବର୍ତ୍ତମାନ ଏହାର ଦୀର୍ଘସ୍ଥାୟ ସମାଧାନ ପାଇଁ କର୍ଯ୍ୟ କରିବାକୁ ପଡିବ । ଏଥିପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମୀକ୍ଷା କରିବା ସହ ଆଗକୁ ଆସିବାକୁ ଥିବା ଆହ୍ବାନ ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରଣନୀତି କରୁଛନ୍ତି ବୋଲି ଇଟିଭି ଭାରତକୁ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ।
ମେ 9 ତାରିଖରେ, ଏନଏସଏ ଅଜିତ ଡୋଭାଲ ଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସମୟରେ ସେନାଙ୍କୁ ପ୍ରସ୍ତୁତ ରହିବାକୁ ଆହ୍ବାନ କରିଥିଲେ । ଗଲୱାଲ ଘାଟୀରେ ଚାଲିଥିବା ବିବାଦକୁ ସମାଧାନ କରିବାକୁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ତେଣୁ ଏଥିପ୍ରତି କୌଣସି ଭୟଭୀତ ହେବାର ନାହିଁ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।
ସେନା ବିଶେଷଜ୍ଞ ଜୟ କୁମାର ବର୍ମା କହିଛନ୍ତି , ପରିସ୍ଥିତି ଯେତେ ଖରାପ ହେଉ ନା କାହିଁକି ସର୍ବଦା ଆମ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ । ଏହାର ଅର୍ଥ ନୁହେଁ ବିଦ୍ରୋହ, ଅସ୍ତ୍ରବିରତି ଉଲ୍ଲଙ୍ଘନ କିମ୍ବା ସେନାଙ୍କୁ ହତ୍ୟା କରିବା । ଭାରତୀୟ ସେନା LAC ଓ LOC ରେ ଅପରେସନ ବେଳେ ଆତଙ୍କବାଦ ଦ୍ବାରା ଶୀକାର ହେବା ବ୍ୟତୀତ ସ୍ଥାନୀୟ ଭୌଗଳିକ ଓ ପରିବେଶର ମଧ୍ୟ ଶୀକାର ହେଉଛନ୍ତି । LAC ଓ LOC ସ୍ଥିତିର ପାଗ ପରିବେଶ ସେନାକୁ ଅନେକ ସମୟ ରେ ବିପଦରେ ପକାଉଛି । ସେହି ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ସରକାର ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେଉଛନ୍ତି ।
ଶ୍ରୀନଗରରେ ଅବସ୍ଥିତ ପର୍ଯ୍ୟବେକ୍ଷକମାନଙ୍କ ଅନୁସାରେ, ଏଲଏସିର ବିକାଶ ସହ ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ସିଧାସଳଖ ଲିଙ୍କ ରହିଛି । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମଧ୍ୟରେ କ୍ରୋଧ, କାଶ୍ମୀର ଉପରେ ପାକିସ୍ତାନ ସରକାରଙ୍କ କ୍ରମାଗତ ବିବୃତ୍ତି ଏବଂ ଲଦାଖରେ ଉତ୍ତେଜନା ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ସହିତ ଜଡିତ।
କାଶ୍ମୀରର ଜଣେ ବରିଷ୍ଠ ରାଜନେତା କହିଛନ୍ତି, ଯେ ଅଗଷ୍ଟ 5 ପରେ ଚୀନର ଆକ୍ରମଣାତ୍ମକ କୂଟନୈତିକ ସ୍ଥିତିକୁ ଭାରତ ସରକାର ଠିକ୍ ଭାବରେ ବିଚାର କରିପାରନ୍ତି ନାହିଁ।ଧାରା ଉଚ୍ଛେଦ ହେବା ପର ଠାରୁ କାଶ୍ମୀରର ପ୍ରସଙ୍ଗରେ ଚୀନ ଏବେ ତୃତୀୟ ପକ୍ଷ ହୋଇ ରହିଯାଇଛି । ଚୀନ ଏବେ ଲଦାଖକୁ ନିଜ ନିୟନ୍ତ୍ରଣକୁ ଆଣିବା ଚେଷ୍ଟା କରିବା ସହ କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ହସ୍ତାନ୍ତର କରିଛି । ଏଥିସହ ଏବେ ପ୍ରତିଦିନ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବାରେ ଲାଗିଛି । ଏସବୁ ଦେଖିବା ପରେ ଜଣାପଡୁଛି ପାକିସ୍ତାନ ଓ ଚୀନ ଭାରତ ବିପକ୍ଷରେ ନୂତନ ମିଳିତ ରଣକୌଶଳ ଚଳାଇଛି ବୋଲି କାଶ୍ମୀର ଏହି ନେତା ଜଣକ କହିଛନ୍ତି ।
ଜମ୍ମୁ-କାଶ୍ମୀର ଓ ଲଦାଖରେ ସମସ୍ୟା ସୃଷ୍ଟି କରିବାରେ ଚାଇନା ଓ ପାକିସ୍ତାନ ଏକ ସମନ୍ବିତ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏହାକୁ ଆମ ସେନା ବିଶେଷଜ୍ଞ ଦେଖିପାରୁନାହାଁନ୍ତି କିନ୍ତୁ ଅନୁଭବ କରନ୍ତି, ଯେ ଉଭୟ ଦେଶ ପରିସ୍ଥିତିକୁ ଶୋଷଣ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଏହି ରାଜନେତାଙ୍କ ବୟାନକୁ ବର୍ମା ଖଣ୍ଡନ କରି କହିଛନ୍ତି, ପାକିସ୍ତାନ ଭିତରେ କୌଣସି ପରିବର୍ତ୍ତିନ ଆସିନାହିଁ । LoC ରେ ଗୁଳି ଚଳାଇବାରେ କିଛି ନୂଆ କଥା ନୁହେଁ ଏବଂ ଏହା ନିୟମିତ ଭାବେ ବଢିଚାଲିଛି । ଲଦାଖ ବିବାଦ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ ଏହା ଏକ ସ୍ବତନ୍ତ୍ର ବିଷୟ। ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପଛରେ ଚାଇନାର ଏଭଳି ଉତ୍ତେଜନା ଭିତ୍ତି ହୀନ ।
ଜମ୍ମୁରେ ରାଜନୈତିକ କାର୍ଯ୍ୟକଳାପରେ ବିଳମ୍ବ
ମେ 21ରେ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏକ ଖବରକାଗଜ ପ୍ରବନ୍ଧରେ ଘୋଷଣା କରିଥିଲେ ଯେ "ଜମ୍ମୁ-କାଶ୍ମୀରରେ ପୂର୍ଣ୍ଣ ରାଜନୈତିକ କାର୍ଯ୍ୟକଳାପକୁ ଅନୁମତି ଦେବାର ସମୟ ଆସିଛି" ଜାମ୍ମୁ କାଶ୍ମୀରରେ ଅଗଷ୍ଟ 5, 2019 ରେ ଆରମ୍ଭ ହୋଇଥିବା ପରିବର୍ତ୍ତନ ଏକ ଯୁକ୍ତିଯୁକ୍ତ ସ୍ତରରେ ପହଞ୍ଚିଛି। ନୂତନ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପକୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ନେଇ ରାମ ମାଧବ ସୂଚନା ଦେଇଥିଲେ ।
ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ହେବା ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅଲତାଫ ବୁଖାରୀ ଏକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହି ଦଳର ନାମ ସେ ’ଆପନି ପାର୍ଟି’ ରଖିଛନ୍ତି । ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ମାର୍ଚ୍ଚ 14 ରେ ଦିଲ୍ଲୀରେ ଅଲତାଫ ବୁଖାରୀ ଏବଂ ତାଙ୍କର 24 ଜଣିଆ ପ୍ରତିନିଧୀଙ୍କ ସହ ଏକ ପରାମର୍ଶଦାତା ପରିଷଦ ଗଠନ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜୁନ ପ୍ରଥମ ସପ୍ତାହରୁ ଏହାର କାର୍ଯ୍ୟକାରିତା ଆରମ୍ଭ ହୋଇଥାନ୍ତା ହେଲେ କୋଭିଡ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।
ତେବେ ବିଳମ୍ବ ପଛରେ କେତେକ ବିଶେଷଜ୍ଞ ଆଉ କିଛି କାରଣକୁ ଦର୍ଶାଇଛନ୍ତି । ଇଟିଭି ଭାରତକୁ ବରିଷ୍ଠ ସାମ୍ବାଦିକ ଭାରତ ଭୂଷଣ ଇଟିଭି ଭାରତକୁ କହିଛନ୍ତି, ଜମ୍ମୁ କାଶ୍ମୀର ପାଇଁ ଗତ ମେ 18ରେ କେନ୍ଦ୍ର ଆଣିଥିବା ନୂଆ ଆଇନକୁ ଯଦି କୋରୋନା ପାନଡେମିକ ଅଟକାଇ ପାରିଲାନି, ପରାମର୍ଶଦାତା କାଉନସିଲ ଗଠନ ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଦେବାକୁ କାହିଁକି ବିଳମ୍ବ ? ନିଶ୍ଚିତପକ୍ଷେ ଏହି ବିଳମ୍ବରେ ଅନ୍ଯ କିଛି କାରଣ ରହିଛି ।
ଏଥିସହ ସେ ବିଶ୍ବାସ କରୁଛନ୍ତି, ଏହା ପଛରେ ନିଶ୍ଚୟ ଲାଦଖରେ ସୃଷ୍ଟି ହୋଇଥିବା ସୀମା ବିବାଦ ରହିଛି । ସେ ଆହୁରି କହିଛନ୍ତି, ପାକିସ୍ତାନ ପରି ଚୀନ ମଧ୍ୟ ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବାକୁ ନେଇ ସହଜରେ ଗ୍ରହଣ କରିନାହିଁ । ପରାମର୍ଶଦାତା ପରିଷଦ ଗଠନ ସେହି ଦିଗରେ ଏକ ପଦକ୍ଷେପ ହେବ, ଯାହା ଲୋକମାନଙ୍କର ଅଂଶଗ୍ରହଣ ମାଧ୍ୟମରେ ନିର୍ବାଚନ ମାଧ୍ୟମରେ ଲୋକଙ୍କୁ ସରକାରୀ ବ୍ୟବସ୍ଥା ଯୋଗାଇବ । ବିଶେଷ କରି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପ୍ରତି ଚାଇନାର ଆଗ୍ରହ ରହିଛି । ଜମ୍ମୁ-କାଶ୍ମୀରରେ ଏହି ନୀତିରେ ପରିବର୍ତ୍ତନ ଆଣିବା ସମୟରେ ମୋଦି ସରକାର ପାକିସ୍ତାନର କୌଣସି ପ୍ରତିକ୍ରିୟା ରଖିବାକୁ ସୁଯୋଗ ଦେଇନଥିଲେ । ଯାହାକୁ ନେଇ ଚୀନ ବିରକ୍ତି ଭାବ ପ୍ରକାଶ କରିଥିଲା । ତେଣୁ ଚୀନ ବିଭିନ୍ନ ଉପାୟରେ ଲଦାଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ସାମ୍ବାଦିକ କହିଛନ୍ତି ।
ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଅଗଷ୍ଟ 6 ରେ ଦେଇଥିବା ଅଭିଭାଷଣରେ କହିଥିଲେ , ଜମ୍ମୁ-କାଶ୍ମୀର କହିଲେ ପାକିସ୍ତାନର ଅଧିକୃତ(ଆଜାଦ କାଶ୍ମୀର ଓ ଗିଲଗିଟ-ବାଲଟିସ୍ତାନ ସହ ଅକସାଇ ଚୀନ। ନଭେମ୍ବର 2, 2019 ଭାରତର ନୂତନ ମାନଚିତ୍ର ପ୍ରକାଶିତ ହୋଇଥିଲା । ଯେଉଁଥିରେ ଏହି ଦୁଇଟି ସ୍ଥାନକୁ ଭାରତ ବୋଲି ଦର୍ଶାଇଛି । ପୂର୍ବରୁ ମଧ୍ୟ ଭାରତ ଏହାକୁ ନିଜର ବୋଲି କହିଆସୁଛି । ତେବେ ଏପରି ସ୍ଥଳରେ ଏହା କହିବା ଓ ମାନଚିତ୍ରରେ ଦର୍ଶାଇବା ଭାରତର ଏଥି ପ୍ରତିଥିବା ଆଗ୍ରହକୁ ଇଙ୍ଗିତ କରୁଛି । ଫଳରେ ଏଥିପାଇଁ ଚୀନ ଲଦାଖରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜାଇ ଥାଇପାରେ ବୋଲି ସାମ୍ବାଦିକ କହିଛନ୍ତି ।