ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆର୍ଥିକ ପରାମର୍ଶଦାତା ତଥା ଗବେଷଣା ବିଭାଗର ନିର୍ଦ୍ଦେଶକ ଗୀତା ଗୋପିନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ।
ମୋଦିଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ଗବେଷଣା ବିଭାଗର ନିର୍ଦ୍ଦେଶକ ଗୀତା ଗୋପୀନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ।
ଫଟୋ ସୌଜନ୍ୟ : ଏଏନଆଇ
ଶିଳ୍ପ ସଂଗଠନ FCCI ର 92ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଅବସରରେ ଗୀତା କହିଛନ୍ତି ଯେ, ବଜାରରେ ନିୟମିତ ଅନିଶ୍ଚିତତାର ଗୁରୁତ୍ବପୂର୍ଣ୍ଣ ଭୂମିକା ଯୋଗୁଁ ଭାରତରେ ଆର୍ଥିକ ଅସ୍ଥିରତା ଦେଖାଦେଇଛି । ଏହାଛଡା ଭାରତକୁ ଆର୍ଥିକ କ୍ଷେତ୍ରରେ ପୁର୍ନଗଠନ କରିବା ପାଇଁ ସ୍ପଷ୍ଟ ବିଶ୍ବାସ ଓ ଅଧିକ ନିଶ୍ଚିତତା ରହିବାର ଆବଶ୍ୟକତା ରହିଛି ।
ଏହି ଅବସରରେ ଭାରତରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଭାରତୀୟ ଅର୍ଥନୀତି ପାଇଁ ଏକ ଦୃଢ ପଦକ୍ଷେପ ବୋଲି ସେ କହିଛନ୍ତି ।