ନୂଆଦିଲ୍ଲୀ: ତଳିତଳାନ୍ତ ସ୍ଥିତିରେ ପାକିସ୍ତାନ। ଖାଦ୍ୟ ଠାରୁ ଆରମ୍ଭ କରି ଇନ୍ଧନ ଦର ସବୁ ଆକାଶଛୁଆଁ ।ଡଲାର ତୁଳନାରେ ଟଙ୍କାର ମୁଲ୍ୟ ସର୍ବୋଚ୍ଚ। ରାଜକୋଷ ରୋଗାଗ୍ରସ୍ତ। ଆମଦାନୀ ପାଇଁ ପାଖରେ ଟଙ୍କା ନାହିଁ। ମୁଣ୍ଡ ଉପରେ ଋଣ ବୋଝ। ଏପରି ଦେବାଳିଆ ପରିସ୍ଥିତିରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ପାଖରେ ଋଣ ପାଇଁ ହାତ ପତାଇଛି ପାକିସ୍ତାନ। କିନ୍ତୁ ଋଣ ଦେବା ପୂର୍ବରୁ ପାକିସ୍ତାନ ପ୍ରଥମେ ଚୀନ ଠାରୁ କେତେ ଋଣ ଆଣିଛ ସେହି ହିସାବ ଦେବାକୁ ପାକକୁ କହିଛି ଆଇଏମଫ।
ପାକ୍ ମୁଣ୍ଡରେ ଚଡକ , ଲୋନ ଦେବାକୁ ସର୍ତ୍ତ ରଖିଲା ଆଇଏମଏଫ - detail
ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ)ପାଖରେ ଋଣ ପାଇଁ ହାତ ପତାଇଛି ପାକିସ୍ତାନ। କିନ୍ତୁ ଋଣ ଦେବା ପୂର୍ବରୁ ପ୍ରଥମେ ଚୀନ ଠାରୁ କେତେ ଋଣ ଆଣିଛ ସେହି ହିସାବ ଦେବାକୁ ପାକକୁ କହିଛି ଆଇଏମଫ ।
ଦୁର୍ବଳ ହୋଇପଡିଛି ପାକିସ୍ତାନ ମେରୁଦଣ୍ଡ। ଚାହିଦା ତୁଳନାରେ ଯୋଗାଣ ନାହିଁ । ଆୟ ନଥିବାରୁ ଆବଶ୍ୟକତା ପୂରଣ ହେଉନାହିଁ। ବ୍ୟବସାୟ ବି ଠପ । ପୁଞ୍ଜିବଜାର ଖାଁ ଖାଁ । ଏଭଳି ସମସୟରେ ସରକାରଙ୍କ କାର୍ଯ୍ୟନୁଷ୍ଠାନ ଶୂନ୍ୟ। ଏଥିରେ କ୍ଷୁବ୍ଧ ହୋଇ ଦେଶ ଛାଡୁଛନ୍ତି ପାକ୍ବାସୀ । ଏପଟେ ଦେଶର ରାଜକୋଷରେ ମଧ୍ୟ ଟଙ୍କା ସରିଆସୁଛି । ଏଣୁ ଆଇଏଫ ଠାରୁ ଲୋନ ପାଇଁ ଆବେଦନ କପିଛି ପାକିସ୍ତାନ। ହେଲେ ଆଇଏମଏଫ ଠାରୁ ସାହାଯ୍ୟ ମିଳିବା ମୁସକିଲ ହୋଇପଡିଛି । ଚୀନ ଠାରୁ କେତେ ଋଣ ଆଣିଛ , ତାର ସର୍ବିଶେଷ ତଥ୍ୟ ପ୍ରଥମେ ଦେବାକୁ ପାକ ଆଗରେ ସର୍ତ ରଖିଛି ଆଇଏମଏଫ।
ଚୀନ ଠାରୁ ପାକିସ୍ତାନ ଆଣିଥିବା ଋଣକୁ ସୁଜିବା ଉଦ୍ଦେଶ୍ୟରେ ପାକିସ୍ତାନ ଲୋନ ଆବେଦନ କରୁଥିବା ନେଇ ଆଇଏଫ ସନ୍ଦେହ କରୁଛି। ଏଥିଯୋଗୁଁ ଆଇଏମଏଫ ପାକକୁ ଲୋନ ଡିଟେଲ୍ସ ମାଗୁଛି। ପ୍ରକାଶ ଥାଉ ଯେ, କିଛି ବର୍ଷ ପୂର୍ବେ ପାକ ଓ ଚୀନ ମିଳିତ ଭାବେ ଡଜେନରୁ ଅଧିକ ପ୍ରୋଜେକ୍ଟରେ କାମ କରିଛନ୍ତି। ଏଥିସହ ଚୀନ ପାକ ଷ୍ଟେଟ ବ୍ୟାଙ୍କଟେ 2 ବିଲିୟନ ଡଲାର ଭରିଥିବା ସୂଚନା ରହିଛି। ଏପଟେ ଆଇଏମଏଫରୁ ଋଣ ମିଳିବା ମଧ୍ୟ କଷ୍ଟକର। କାରଣ ଆମେରିକା ହାତରେ ଆଇଏମଏଫ। ଆଉ ଯେ ପର୍ଯ୍ୟନ୍ତ ଆମେରିକା ଏ ନେଇ ଗ୍ରୀନ ସିଗନାଲ ନ ଦେଇଛି ପାକକୁ ଋଣ ମିଳିବା ଅସମ୍ଭବ।