ଓଡିଶା

odisha

ETV Bharat / bharat

10 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ଆଇଏମଡି - ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗ ପୂର୍ବ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି।

Breaking News

By

Published : Aug 3, 2020, 5:02 PM IST

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ପୂର୍ବ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 48 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ମଧ୍ୟମରୁ ଅଧିକ ବୃଷ୍ଟିପାତର ସମ୍ଭାବନା ରହିଛି । ଏଥିସହ ପାଣିପାଗ ବିଭାଗ କହିଛି ଯେ, ଆଜିଠାରୁ ଅଗଷ୍ଟ 5ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡ ଆଦି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ସେହିପରି ଗୁଜୁରାଟରେ ଅଗଷ୍ଟ 5ରୁ 6, ମହାରାଷ୍ଟ୍ରରେ ଅଗଷ୍ଟ 4ରୁ 5 ଏବଂ କେରଳରେ ଆଜି ଏବଂ ଅଗଷ୍ଟ 7 ମଧ୍ୟରେ ବର୍ଷା ହେବାର ଆଶଙ୍କା ରହିଛି। ଏହାଛଡା ଆଗାମୀ ଦୁଇ ଦିନ ମଧ୍ୟରେ କୋଙ୍କନ ଏବଂ ଗୋଆରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଇଏମଡି କହିଛି ଯେ ମଙ୍ଗଳବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଆସନ୍ତା 3 ରୁ 4 ଦିନ ମଧ୍ୟରେ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି।

ABOUT THE AUTHOR

...view details