ଓଡିଶା

odisha

ETV Bharat / bharat

ପାଣିପାଗ ବିଭାଗର ଚେତାବନୀ: 6ଟି ସହରରେ ବଢିବ ତାପମାତ୍ରା

ଅସମ୍ଭାଳ ତାତି ସାଙ୍ଗକୁ ଝାଞ୍ଜି ପବନରେ ସିଝିବ ପୁରା ଉତ୍ତର ଭାରତ । ସୂଚନା ଦେଲା ପାଣିପାଗ ବିଭାଗ ।

By

Published : May 29, 2019, 5:45 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ତାତିରୁ ମିଳୁନି ତ୍ରାହି । ଅସମ୍ଭାଳ ତାତିରେ ଛଟପଟ ହେଉଛି ଜନଜୀବନ । ତେବେ ସବୁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆହୁରି ଭୀଷଣ ଖରା ଓ ଗରମରେ ସିଝିବେ ଲୋକେ ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ଉତ୍ତର ଭାରତର ଦିଲ୍ଲୀ, ଉତ୍ତରପ୍ରଦେଶ, ଚଣ୍ଡିଗଡ, ମଧ୍ୟପ୍ରଦେଶ, ବିହାର ଓ ରାଜସ୍ଥାନ ଭଳି କେତେକ ଅଞ୍ଚଳରେ ଭୀଷଣ ଗରମ ସହ ଝାଞ୍ଜି ପବନ ବୋହିବାର ଆଶଙ୍କା କରିଛି ପାଣିପାଗ ବିଭାଗ ।

ଏହା ସହିତ ଦିଲ୍ଲୀ ଓ ଏନସିଆରରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ବେଳେ ଆସନ୍ତା 3ଦିନ ଭିତରେ 45 ଡିଗ୍ରୀ ଛୁଇଁପାରେ ତାପମାତ୍ରା । ତେବେ ସବୁଠୁ ଅଧିକ ତାପମାତ୍ରା 47 ଡିଗ୍ରୀ ରେକର୍ଡ କରାଯାଇଛି ମହାରାଷ୍ଟ୍ର ଓ ରାଜସ୍ଥାନରେ । ଏହି ସମୂହର ଗୁଡିକରେ ଦିନ ବେଳା ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅନ୍ୟପଟେ ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଆଦି ରାଜ୍ୟରେ ଜୋରଦାର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର କହିବାନୁଯାୟୀ, ଜୁନର ପ୍ରଥମ ସପ୍ତାହରେ ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ ।

ତେବେ ସମଗ୍ର ଉତ୍ତର ଭାରତରେ ବର୍ଷା ହେବାର କୌଣସି ସମ୍ଭାବନା ନଥିବା କହିଛି ବିଭାଗ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ । ଏହାସହ ମେ 30 ଗୁରୁବାର ଆରବ ସାଗରର ଗୁଜୁରାଟ ସୀମାବର୍ତ୍ତି ଅଞ୍ଚଳରେ ଘଣ୍ଟାପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସେନେଇ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

ABOUT THE AUTHOR

...view details