ନୂଆଦିଲ୍ଲୀ: ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଅନୁମାନ କରିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨ ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ସୋନିପାଟ, ପାନିପାଟ, ଜିନ୍ଦ, ହିସାର, କର୍ଣ୍ଣଲ, ରୋହତକ, ବାରାଉତ, ମୋଦିନଗର, ଖାତାଉଲି, ଔରଙ୍ଗାବାଦ ଓ ସାହସୱାନର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବ ।