ହାଇଦ୍ରାବାଦ: ଆଗାମୀ 2 ଦିନ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବାର ରହିଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ବୁଧବାର ଏବଂ ଗୁରୁବାର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେଲେଙ୍ଗାନାକୁ ସତର୍କବାଣୀ, ଦୁଇ ଦିନ ଧରି ହେବ ପ୍ରବଳ ବର୍ଷା - ପ୍ରବଳ ବର୍ଷା
ଆଗାମୀ ଦୁଇ ଦିନ ଧରି ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଭାଗରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ସେହିପରି ଉତ୍ତର ତେଲେଙ୍ଗାନାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆଜି ଠାରୁ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି । ଏଠାରେ ବର୍ଷାର ପରିମାଣ ପ୍ରବଳରୁ ଅତି ପ୍ରବଳ ରହିବ । ସାମ୍ଭାବ୍ୟ ବର୍ଷାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଭାବିତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଦେଖି ଘରୁ ବାହାରିବା ପାଇଁ ଲୋକଙ୍କୁ ଜଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏହାର ମୁକାବିଲା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।