ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ - ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ

ଆଜି(ସୋମବାର) ରାଜ୍ୟରେ କମିଟିର ଶେଷଦିନ ଥିବାରୁ IMCT ମୁଖ୍ୟ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବିଭିନ୍ନ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ

By

Published : May 4, 2020, 4:26 PM IST

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଆଇଏମସିଟି । IMCT ନେତା ଅପୁରଭା ଚନ୍ଦ୍ରଙ୍କ ଲେଖିଛନ୍ତି “ପରିସଂଖ୍ୟନ ରିପୋର୍ଟରେ ରାଜ୍ୟ ସ୍ୱଚ୍ଛ ଏବଂ ନିରନ୍ତର ହେବା ଆବଶ୍ୟକ ଏବଂ ଭୂତାଣୁ ବିସ୍ତାର ନକରିବା ଆବଶ୍ୟକ”।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ IMCT ମୁଖ୍ୟ
ସାରା ଦେଶରେ ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ହଟସ୍ପଟ ଅଞ୍ଚଳକୁ ଇଣ୍ଟର ମିନିଷ୍ଟର କୋଡିନେଟ(ଆଇଏମସିଟି) କମିଟି ପଠାଇଥିଲା । କମିଟି ବିଭିନ୍ନ ରାଜ୍ୟକୁ ଯାଇ ହଟସ୍ପଟ ଅଞ୍ଚଳ ପରିଦର୍ଶନ କରିବା ସହ ଆବଶ୍ୟକ ପରାମର୍ଶ ସମେତ ସମସ୍ତ ସହାୟତା ଓ ସହଯୋଗ କିପରି ପହଞ୍ଚିବ ସେନେଇ ପଦକ୍ଷେପ ନେଉଥିଲେ । ତେବେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ଆଇଏମସିଟି କମିଟିକୁ ସ୍ଥାନୀୟ ସରକାର ଜୋରଦାର ବିରୋଧ କରିଥିଲେ । ଏପରିକି ସର୍ବନିମ୍ନ ସହଯୋଗ ବା ଆତିଥେୟ ଦେବାକୁ ଭୁଲିଯାଇଥିଲେ । ଏପରିକି କେନ୍ଦ୍ରୀୟ କମିଟିକୁ ନେଇ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପରେ ହମଲା କରିବାକୁ ପଛାଇ ନଥିଲେ । ଏହା ସତ୍ତ୍ବେ କମିଟି ଦୀର୍ଘଦିନ ପଶ୍ଚିମବଙ୍ଗରେ ରହି କୋରୋନା ପ୍ରଭାବିତ ମାଲଦା, 24 ପରଗନା ଅଞ୍ଚଳକୁ ଯାଇ କାର୍ଯ୍ୟ କରିଥିଲା ।
ତେବେ ଆଜି(ସୋମବାର) ରାଜ୍ୟରେ କମିଟିର ଶେଷଦିନ ଥିବାରୁ କମିଟି ମୁଖ୍ୟ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ବିଭିନ୍ନ ପରାମର୍ଶ ଦେଇଛନ୍ତି । ଆଇଏମସିଟି କମିଟି ମୁଖ୍ୟ ଲେଖିଛନ୍ତି ରାଜ୍ୟରେ କରୋନା ମୁରାବିଲା ପାଇଁ ଆମେ ରାଜ୍ୟ ସରାକରଙ୍କ ସହଯୋଗ ଲୋଡିଥିଲୁ । ଆଶା କରୁଛୁ ସରକାର ମହାମାରୀ ନବ୍ୟାପୀବା ପାଇଁ ଦୃଢପଦକ୍ଷେପ ନେବେ । ଏହାସହ କରୋନାକୁ ରୋକିବା ପାଇଁ ଯାହା ଆବଶ୍ୟକ ତାହା କରିବେ ।

ABOUT THE AUTHOR

...view details