ହାଇଦ୍ରାବାଦ: କିଲର କୋରୋନା କାଳରେ ସାରା ବିଶ୍ବ ଆତଙ୍କିତ । ଦିନକୁ ଦିନ କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗୁଛି । ଏପରିସ୍ଥଳେ ଭାରତ କୋରୋନା ସଂକ୍ରମଣ ଦେଶ ତାଲିକାର ତୃତୀୟ ସ୍ଥାନରେ । ଅନ୍ୟପଟେ ଦେଶରେ କୋରୋନା ସ୍ଥିତି ସଂଘାତିକ ଥିବା ବେଳେ କୋରୋନା ଯୋଦ୍ଧାଙ୍କୁ କୋରୋନା ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏକ ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନାରେ ଏପ୍ରିଲ 15 ପର୍ଯ୍ୟନ୍ତ କୋଭିଡ କାରଣରୁ ଭାରତରେ 106ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଇଣ୍ଡିଆ ମେଡିକାଲ ଆସୋସିଏସନର ଏହି ରିପୋର୍ଟ ପ୍ରଦାନ କରିଛି ।
ଆଇଏମଏର ରିପୋର୍ଟ ଅନୁସାରେ ଏହି ରୋଗର ମୃତ୍ୟୁ ହାର 6.1 ପ୍ରତିଶତ ରହିଛି । ଏଥିରେ 25 ଜଣ ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଏହି ରୋଗରେ ପୀଡିତ ରହିଛନ୍ତି । ସଂକ୍ରମଣର ମାନସିକ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ସଡ଼କ ଦୁର୍ଘଟଣାରେ ଦୁଇ ନର୍ସ ଏବଂ ଦୁଇ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟକୁ ମଧ୍ୟ ଏଥିରେ ମିଶାଯାଇଛି । ସେହିପରି 5 ଜଣ ନର୍ସ ଏବଂ ଜଣେ ଡାକ୍ତର ମଧ୍ୟ କୋରୋନା କାଳରେ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଛନ୍ତି ।
ସେମାନଙ୍କ ମଧ୍ୟରୁ କେତେ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ପରିବାର ସଦସ୍ୟଙ୍କ ଯତ୍ନ ଅବହେଳେ କାରଣରୁ ମୃତ୍ୟୁ ବରଣ କରିଥିଲେ । ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଡାକ୍ତରମାନେ ପିପିଇ କିଟ୍, ଗ୍ଲୋଭସ୍, ଫେସ୍ ସିଲ୍ଡ ଏବଂ ଅନ୍ୟାନ୍ୟ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ପାଇ ନ ଥିବା ବେଳେ କୋରୋନା ସଂକ୍ରମିତ ହୋଇଥିଲେ।