ନୂଆଦିଲ୍ଲୀ: ସାରା ଦେଶ ଆଜି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସକାଳ 7ଟାରୁ ଆରମ୍ଭ ହୋଇଛି ‘ଜନତା କର୍ଫ୍ୟୁ’ । କରୋନା ଭୂତାଣୁକୁ ଦେଶରୁ ବାହାର କରିବାକୁ ଏହା ଏକ ବଡ଼ ପଦକ୍ଷେପ ହୋଇଥିବା ବେଳେ ଏହାକୁ ସଫଳ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁରୋଧ କରିଛନ୍ତି ।
ଘରେ ରହି କାମ କଲେ ପ୍ରତିରକ୍ଷା ମନ୍ତ୍ରୀ - coronavirus update
ଜନତା କର୍ଫ୍ୟୁକୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସମର୍ଥନ । ସେ ନିଜେ ମଧ୍ୟ ଘରେ ରହି କାମ କରିଥିବା ନେଇ କଲେ ଟ୍ବିଟ । ଅଧିକ ପଢନ୍ତୁ....
ଫାଇଲ ଫଟୋ
ସେ ଟ୍ବିଟ କରି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଘରେ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଏହାସହ ସେ ନିଜେ ମଧ୍ୟ ଘରେ ରହି କାମ କରୁଥିବା କହିଛନ୍ତି । ଜରୁରୀକାଳୀନ ପରିସ୍ଥିତି ଏବଂ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଘରେ ରହିବା ନେଇ ସେ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଇଥିବା ‘ଜନତା କର୍ଫ୍ୟୁ’ ଡାକରାକୁ ସହଯୋଗ କରନ୍ତୁ ।