ଓଡିଶା

odisha

By

Published : Oct 14, 2019, 9:07 PM IST

ETV Bharat / bharat

ପୁଅ-ବୋହୂ ନୋବେଲ ପାଇବା ପରେ ଖୁସି ଜାହିର କଲେ ନିର୍ମଳା

‘ପିଲା ଦିନୁ ହିଁ ତାର ପ୍ରତିଭା ଫୁଟି ଉଠିଥିଲା । ଅର୍ଥନୀତି ପ୍ରତି ଥିବା ତାହାର ଆଗ୍ରହ ହିଁ କହୁଥିଲା ତାହାର ଭବିଷ୍ୟତ । ମୋ ପୁଅ ବିଶ୍ବର ଗରିବୀ ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ କରିଥିବା କାର୍ଯ୍ୟ ପାଇଁ ଆଜି ସମ୍ମାନିତ ହେବାକୁ ଯାଉଛି । ଯାହା ମୋ ପାଇଁ ସବୁଠୁ ବଡ଼ ଖୁସିର ଦିନ । ’ ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ମାତା ନିର୍ମଳା ବାନାର୍ଜୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋଲକାତା

କୋଲକାତା: ଅଭିଜିତ ସାରା ଦୁନିଆର ଗରିବ ଲୋକଙ୍କ ପାଇଁ ପାଇଛି ନୋବେଲ । ଉଭୟ ପତି (ଅଭିଜିତ ବାନାର୍ଜୀ) ଓ ପତ୍ନୀ (ଇସ୍ଥର ଡ଼ୁଫ୍ଲୋ)ଙ୍କୁ ଏକା ସାଙ୍ଗରେ ନୋବେଲ ମିଳିବା ପରିବାର ପାଇଁ ଏହା ଠାରୁ ଆଉ ବଡ଼ ଖୁସି କିଛି ନାହିଁ । ଅର୍ଥନୀତିରେ ନୋବେଲ ପାଇଁ ମନୋନୀତ ହୋଇଥିବା ଅଭିଜିତ ବାନାର୍ଜୀଙ୍କ ମା ନିର୍ମଳା ବାନାର୍ଜୀ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ।

ମୋ ପୁଅ ନୋବେଲ ପାଇବା ମୋ ପାଇଁ ସବୁଠୁ ବଡ଼ ଖୁସି

ଅଭିଜିତଙ୍କ ପିତା- ମାତା ଉଭୟ ଅର୍ଥନୀତିରେ ପ୍ରଫେସର ମଧ୍ୟ ରହିଥିଲେ । ମାତା ନିର୍ମଳା କହିଛନ୍ତି, ‘ମୋ ପୁଅ ଓ ବୋହୂ ନୋବେଲ ପାଇବା ମୋ ପାଇଁ ବହୁତ ବଡ଼ ଆନନ୍ଦ । ମୁଁ ବହୁତ ଖୁସି । ଅଭିଜିତ ଛୋଟବେଳୁ ହିଁ ପାଠ ପଢିବା ପ୍ରତି ଆଗ୍ରହ ରଖିଥିଲା । ଏହା ସହିତ ଖେଳିବା, ବୁଲିବା, ଖାଦ୍ୟ ପ୍ରସ୍ତୁତ କରିବା ତାହାର ଗୋଟିଏ ସଉକ’ ବୋଲି କହିଛନ୍ତି ମା ନିର୍ମଳା ।

ବୋହୂ ଇସ୍ଥର ଡ଼ୁଫ୍ଲୋଙ୍କୁ ମଧ୍ୟ ସେ ଖୁବ୍ ପ୍ରଶଂସା କରିଛନ୍ତି । ସେ ବହୁତ ସ୍ମାର୍ଟ ଝିଅ, ସେ ନୋବେଲ ପାଇବ ବୋଲି ବିଶ୍ବସ ରହିଥିଲା ବୋଲି କହିଛନ୍ତି ଶାଶୁ ନିର୍ମଳା ବାନାର୍ଜୀ । ପଶ୍ଚିମବଙ୍ଗରେ ଜନ୍ମିତ ଅଭିଜିତ ପ୍ରଥମ ନୋବେଲ ବିଜେତା ହୋଇଥିବା ବେଳେ ଏହା ପୂର୍ବରୁ ଅମର୍ତ୍ୟ ସେନ ଭାରତୀୟ ବଂଶୋଦ୍ଭବ ଭାବେ ମଧ୍ୟ ଅର୍ଥନୀତିରେ ହାସଲ କରିଛନ୍ତି ନୋବେଲ ।

ABOUT THE AUTHOR

...view details