ଅମରାବତୀ: ପାଣି ଟ୍ୟାଙ୍କରରେ ବେଆଇନ ମଦ ଚାଲାଣ, ବିପୁଳ ପରିମାଣରେ ମଦ ଜବତ କଲା ପୋଲିସ। ଆନ୍ଧ୍ରପ୍ରଦେଶର ଅମରାବତୀ ପୋଲିସ ବେଆଇନ ମଦ ଜବତ କରିବା ସହ 8 ଜଣକୁ ଗିରଫ କରିଛି ।
ପାଣି ଟ୍ୟାଙ୍କରରେ ମଦ ଚାଲାଣ, ଜବତ କଲା ଅମରାବତୀ ପୋଲିସ - ଅମରାବତୀ ପାଣି ଟ୍ୟାଙ୍କରରେ ବେଆଇନ ମଦ ଚାଲାଣ
ପାଣି ଟ୍ୟାଙ୍କରରେ ବେଆଇନ ମଦ ଚାଲାଣ । ଆନ୍ଧ୍ରପ୍ରଦେଶର ଅମରାବତୀ ପୋଲିସ ଚଢାଉ କରି ବେଆଇନ ମଦ ଜବତ କରିବା ସହ 8 ଜଣକୁ ଗିରଫ କରିଛି । ଅଧିକ ପଢନ୍ତୁ...
ପାଣି ଟ୍ୟାଙ୍କରରେ ମଦ ଚାଲାଣ, ଜବତ କଲା ଅମରାବତୀ ପୋଲିସ
ପାଣି ଟ୍ୟାଙ୍କରରେ ମଦ ଚାଲାଣ, ଜବତ କଲା ଅମରାବତୀ ପୋଲିସ
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ମୁଙ୍ଗୋଡୁ ଠାରେ ଅମରାବତୀ ପୋଲିସ ଏକ ପାଣି ଟ୍ୟାଙ୍କରରେ ବେଆଇନ ଭାବରେ ମଦ ଚାଲାଣବେଳେ ଜବତ କରିଛି । ଅମରାବତୀ ଏସପି ଭିଶାଲ ଗନୀଙ୍କ ସୂଚନା ଅନୁସାରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଏକ ପାଣି ପରିବହନ କରୁଥିବା ଟ୍ୟାଙ୍କରରେ ଚଢାଉ କରିଥିଲା । ଉକ୍ତ ପାଣି ଟ୍ୟାଙ୍କରରୁ ପୋଲିସ 9100 ବୋତଲ ମଦ ଜବତ କରିଛି । ଏହି ମଦର ଆନୁମାନିକ ମୂଲ୍ୟ 21 ଲକ୍ଷ ଟଙ୍କା ହେବ । ବେଆଇନ ମଦ ଚାଲାଣ ମାମଲାରେ ପୋଲିସ ଆବ୍ବୁର ଜିଲ୍ଲା ସତନାପଲ୍ଲୀ ଅଞ୍ଚଳର 8 ଜଣକୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ