ଗୌହାଟୀ: ବର୍ତ୍ତମାନ ସାରା ବିଶ୍ବ ମହାମାରୀ କୋରୋନା ସହ ଲଢେଇ କରୁଛି । ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଚାଲିଛି ପ୍ରୟାସ । ଏହାର ଔଷଧ ତିଆରି ନେଇ ପରିଶ୍ରମ କରୁଛନ୍ତି ବିଶେଷଜ୍ଞ । ଏହାସହ ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ ତିଆରି ହେଲାଣି ରୋବର୍ଟ ।
ଏହି ରୋଗୀଙ୍କୁ ଚିକିତ୍ସା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଆଇଆଇଟି ଗୌହାଟୀ ଛାତ୍ରମାନେ ତିଆରି କରିଛନ୍ତି ଏକ ଇଣ୍ଟ୍ୟୁବେସନ ବକ୍ସ । ସ୍ୱଳ୍ପ ମୂଲ୍ୟର ଇଣ୍ଟୁବେସନ୍ ବକ୍ସର ବିକାଶ କରିଛନ୍ତି ଛାତ୍ରମାନେ। ଏହି ଡିଭାଇସ୍ ଏକ ଏରୋସୋଲ୍ ଅବରୋଧ ବାକ୍ସ ଭାବରେ କାର୍ଯ୍ୟ କରେ । ଯାହା ରୋଗୀ ଶଯ୍ୟା ଉପରେ ରଖାଯାଇଥାଏ ।