ନୂଆଦିଲ୍ଲୀ: କୋରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଆଇଆଇଟି ନୂଆଦିଲ୍ଲୀରେ ଅତ୍ୟାଧୁନିକ କୌଶଳରେ ନିର୍ମିତ ହୋଇଥିବା ଆଣ୍ଟିଭାଇରାଲ ଟି-ସାର୍ଟ ଓ କୋଭିଡ୍ 19 ସୁରକ୍ଷା କ୍ରିମ୍ର ଉନ୍ମୋଚନ କରାଯାଇଛି । ଏହାକୁ ଇଟିଏକ୍ସ ଓ କ୍ଲେନସ୍ଟାର ଛାତ୍ରମାନେ ଡିଜାଇନ୍ କରିଛନ୍ତି । 'ଆତ୍ମ ନିର୍ଭରଶୀଳ ଭାରତ' ନିର୍ମାଣରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ପ୍ରୟାସ ବୋଲି ଉଦ୍ଘାଟନୀ ଉତ୍ସବରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରାମଗୋପାଳ ରାଓ କହିଛନ୍ତି ।
ଅଭିନବ ଉପାୟରେ ନିର୍ମିତ ଏହି ଦୁଇଟି ଜିନିଷ ସାଧାରଣ ଜନତାଙ୍କୁ କୋରୋନା କବଳରୁ ରକ୍ଷା କରିବା ତିଆରି କରାଯାଉଛି । ଏହା ଖୁବ୍ କମ୍ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯିବ । ଇଟିଏକ୍ସ ଦ୍ବାରା ଡିଜାଇନ କରାଯାଇଥିବା ଆଣ୍ଟିଭାଇରାଲ ଟି-ସାର୍ଟ ଉନ୍ନତ କୌଶଳରେ ତିଆରି କରାଯାଇଛି । ଏହି ସାର୍ଟରେ ଜୀବାଣୁଗୁଡିକ ଲାଗିବା ମାତ୍ରେ ତୁରନ୍ତ ସେମାନଙ୍କୁ ମାରିବା ଏବଂ ସଂକ୍ରମଣର ଗତିକୁ କମ୍ କରିବା କ୍ଷମତା ରହିଛି । ସାର୍ଟକୁ 30ଥର ଧୋଇବା ପରେ ମଧ୍ୟ ଏହାକୁ ଭେଦି ଜୀବାଣୁ ଶରୀରକୁ ପ୍ରବେଶ କରିପାରିବେ ନାହିଁ ।