ଓଡିଶା

odisha

By

Published : Jul 15, 2020, 3:41 PM IST

ETV Bharat / bharat

IIT ଦିଲ୍ଲୀର କୋରୋନା ଯାଞ୍ଚ କିଟ୍: 650 ଟଙ୍କାରେ ବଜାରରେ ହେବ ଉପଲବ୍ଧ

ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣ ବିରୋଧରେ ଲଢେଇ ଚାଲିଛି। ଏସମୟରେ ଆଇଆଇଟି ଦିଲ୍ଲୀ ଏକ ନୂତନ ପରୀକ୍ଷଣ କିଟ୍ ଲଞ୍ଚ କରିଛି।

IIT ଦିଲ୍ଲୀର କୋରୋନା ଯାଞ୍ଚ କିଟ୍
IIT ଦିଲ୍ଲୀର କୋରୋନା ଯାଞ୍ଚ କିଟ୍

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣ ବିରୋଧରେ ଲଢେଇ ଚାଲିଛି। ଏସମୟରେ ଆଇଆଇଟି ଦିଲ୍ଲୀ ଏକ ନୂତନ ପରୀକ୍ଷଣ କିଟ୍ ଲଞ୍ଚ କରିଛି। ଏହି ପରୀକ୍ଷଣ କିଟ୍ ବୁଧବାର ଲଞ୍ଚ କରାଯାଇଛି । ଏହା ଖୁବ୍ ଶୀଘ୍ର ବଜାରରେ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଏହି କିଟର ମୂଲ୍ୟ ମାତ୍ର 399 ଟଙ୍କା । ବଜାରରେ ଏହା 650ଟଙ୍କାରେ ବିକ୍ରି ହେବ । ଆଇଆଇଟି ଦିଲ୍ଲୀ ପକ୍ଷରୁ ଦାବି କରାଯାଇଛି ଯେ ଏହି କିଟ 3 ଘଣ୍ଟା ମଧ୍ୟରେ କୋରୋନା ଭାଇରସ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ। ତେବେ ପରୀକ୍ଷଣ କ୍ଷେତ୍ରରେ ଏହା ଏକ ବଡ ସଫଳତା । ପରୀକ୍ଷା କିଟର ମୂଲ୍ୟ 399 ଥିବା ବେଳେ ଆରଏନଏ କିଟର ମୂଲ୍ୟ 150 ରହିବ ।

ଏହା ବ୍ୟତୀତ ବର୍ତ୍ତମାନ ଏକ କିଟ୍ ପ୍ରସ୍ତୁତ ହେଉଛି । ଦାବି କରାଯାଇଛି ଯେ ଏହି ପରୀକ୍ଷା ପରେ ଆଉ କୌଣସି ଅନୁସନ୍ଧାନର ଆବଶ୍ୟକତା ପଡିବ ନାହିଁ। ଆଇଆଇଟି ଦିଲ୍ଲୀ ପକ୍ଷରୁ କିଟ୍ ପ୍ରସ୍ତୁତି କୌଶଳ ପାଇଁ ନ୍ୟୁଟେକ୍ ମେଡିକାଲ୍ ଡିଭାଇସ୍ ସହିତ ଅଂଶୀଦାର କରାଯାଇଛି । ଏହାପରେ ପ୍ରତି ମାସରେ 20 ଲକ୍ଷ ପରୀକ୍ଷା କରାଯାଇପାରିବ ।

ABOUT THE AUTHOR

...view details