ଓଡିଶା

odisha

ETV Bharat / bharat

IIT ଦିଲ୍ଲୀର ଟେଷ୍ଟିଂ କିଟ୍ ଉତ୍ପାଦନ କରିବ ବେଙ୍ଗାଲୁରୁର ଏକ କମ୍ପାନୀ - corona positive

ଆଇଆଇଟି ଦିଲ୍ଲୀର ଏହି ଉଦ୍ଭାବନ ଦେଶରେ କୋରୋନା ଭାଇରସ ସଂକ୍ରମିତଙ୍କୁ ଯଥାଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିବ । ଯାହା ଦ୍ବାରା ଚିକିତ୍ସା ତ୍ୱରାନ୍ୱିତ ହୋଇପାରିବ। ଅଧିକ ପଢନ୍ତୁ...

IIT ଦିଲ୍ଲୀର କୋଭିଡ-19 ଡେଷ୍ଟିଂ କିଟ ଉତ୍ପାଦନ ବେଙ୍ଗାଲୁରୁର ଏକ କମ୍ପାନୀ କରିବ
IIT ଦିଲ୍ଲୀର କୋଭିଡ-19 ଡେଷ୍ଟିଂ କିଟ ଉତ୍ପାଦନ ବେଙ୍ଗାଲୁରୁର ଏକ କମ୍ପାନୀ କରିବ

By

Published : May 13, 2020, 3:04 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର ସୁଲଭ କୋଭିଡ-19 ଟେଷ୍ଟ କିଟ୍ ବାଙ୍ଗାଲୋରର ଏକ ବାୟୋ ଟେକ୍ନୋଲୋଜି କମ୍ପାନୀ ଦ୍ୱାରା ଉତ୍ପାଦିତ ହେବ । ଅଧିକାରୀଙ୍କ ଅନୁଯାୟୀ ଜୁନ ପ୍ରଥମ ସପ୍ତାହରୁ ଏହି କିଟ୍ ଉପଲବ୍ଧ ହେବାର ସମ୍ଭାବନା ରହିଛି।

ଜେନେଇ ଲାବୋରେଟୋରୀ ଦ୍ବାରା ବିଶାଖାପାଟନମ ର ଆନ୍ଧ୍ରପ୍ରଦେଶ ମେଡଟେକ ଜୋନରେ ଏହି କିଟକୁ ବହୁ ପରିମାଣରେ ପ୍ରସ୍ତୁତ କରାଯିବ । ଏହି ପ୍ରତିଷ୍ଠା କେବଳ କୋଭିଡ-19 ଟେଷ୍ଟ କିଟ୍ ପାଇଁ ସ୍ୱତନ୍ତ୍ର ଭାବେ ସ୍ଥାପିତ ହୋଇଛି । ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ବି ରାମଗୋପାଲ ରାଓ କହିଛନ୍ତି ଯେ, ଜେନେଇ ଲାବୋରେଟୋରୀ ହେଉଛି ଅନ୍ୟତମ କମ୍ପାନୀ ଯାହାକି ସୁଲଭ କୋଭିଡ-19 କିଟ୍ ଉତ୍ପାଦନ ପାଇଁ ଆଇଆଇଟି ଦିଲ୍ଲୀରୁ ଅଣ ସ୍ୱତନ୍ତ୍ର ଲାଇସେନ୍ସ ପାଇଛି।

ଆଇଆଇଟିର ସ୍କୁଲ ଅଫ ବାୟୋଲୋଜିକାଲ ସାଇନ୍ସ ଦ୍ୱାରା କୋରୋନା ଭାଇରସ ଚିହ୍ନଟ କରିବା ପାଇଁ ଏକ କିଟ୍ କୁ 10 ଜଣ ସଦସ୍ୟ ଥିବା ଏକ ଟିମ ପ୍ରସ୍ତୁତ କରିଛି । ସେଠାରେ 4 ଜଣ ପ୍ରଫେସର ଏବଂ 6ଟି ପିଏଚଡି ସ୍କଲାର ଅଛନ୍ତି । ପ୍ରଫେସର ବିବେକାନନ୍ଦ ପେରୁମଲ, ପ୍ରଫେସର ମନୋଜ ମେନନ୍, ପ୍ରଫେସର ବିଶ୍ୱଜିତ କୁଣ୍ଡୁ, ପ୍ରଫେସର ଜେମ୍ସ ଗୋମସ୍ ସେମାନଙ୍କ ଛାତ୍ରମାନଙ୍କ ସହଯୋଗରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ସଫଳ ହୋଇଛନ୍ତି ।

କୋରୋନା ଭାଇରସର ଲକ୍ଷଣ ଚିହ୍ନଟ କରିବା ଏକ ଆହ୍ବାନ ହୋଇ ହୋଇଛି । ଯେଉଁ କାରଣରୁ ଏହି ଜୀବାଣୁ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ ଯଥାଶୀଘ୍ର ଚିକିତ୍ସା କରାଯାଇପାରିବ।

ABOUT THE AUTHOR

...view details