ଓଡିଶା

odisha

ETV Bharat / bharat

ଡ଼ଗ ହ୍ୟାଣ୍ଡଲରଙ୍କୁ ନିଯୁକ୍ତି ଦେବ IIT ଦିଲ୍ଲୀ, 45 ହଜାର ଟଙ୍କା ଦରମା

ଆଇଆଇଟି ଦିଲ୍ଲୀ ଜାରି କଲା ନିଯୁକ୍ତି । ପ୍ରକାଶିତ ବିଜ୍ଞାପିତ ଅନୁସାରେ କୁକୁରକୁ ସମ୍ଭାଳୁଥିବା ବ୍ୟକ୍ତିଙ୍କ ପାଇଁ ପଦବୀ ଖାଲି ଅଛି । ଏହି ପୋଷ୍ଟଟି କୁକୁର ହ୍ୟାଣ୍ଡଲରଙ୍କର ସୁରକ୍ଷା କାର୍ଯ୍ୟାଳୟ ଅଧୀନରେ ଅଛି । ଏହି ଚାକିରି ଚୁକ୍ତି ଭିତ୍ତିକ ହେବ । ଦରମା ମିଳିବ 45 ହଜାର ଟଙ୍କା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

iit ଦିଲ୍ଲୀ ବାହାରକଲା ଡ଼ଗ ହ୍ୟାଣ୍ଡଲର ପାଇଁ ନିଯୁକ୍ତି
iit ଦିଲ୍ଲୀ ବାହାରକଲା ଡ଼ଗ ହ୍ୟାଣ୍ଡଲର ପାଇଁ ନିଯୁକ୍ତି

By

Published : Sep 6, 2020, 8:22 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ମହାମାରୀ ବିଶ୍ୱବ୍ୟାପୀ ଯୋଗୁଁ ଚାକିରି ସଙ୍କଟ ସୃଷ୍ଟି ହେବାରେ ଲାଗିଛି । ଏହି ସମୟରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ନିଯୁକ୍ତି ବିଜ୍ଞାପନ ଜାରି କରିଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ବିଜ୍ଞାପନ ଦେଖାଯିବା ମାତ୍ରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ହେବାର କାରଣ ହେଉଛି ଏହାର ପୋଷ୍ଟ, ଦରମା ଏବଂ ଆଶା କରାଯାଉଥିବା ଯୋଗ୍ୟତା ।

iit ଦିଲ୍ଲୀ ବାହାରକଲା ଡ଼ଗ ହ୍ୟାଣ୍ଡଲର ପାଇଁ ନିଯୁକ୍ତି

ନିକଟରେ ଆଇଆଇଟି ଦିଲ୍ଲୀ ଏକ ବିଜ୍ଞାପନ ଜାରି କରିଛି । ଏହି ବିଜ୍ଞାପନରେ କୁକୁରକୁ ସମ୍ଭାଳୁଥିବା ବ୍ୟକ୍ତିଙ୍କ ପାଇଁ ପଦବୀ ଖାଲି ଅଛି । ବିଜ୍ଞାପନରେ କୁହାଯାଇଛି ଯେ ଏହି ପୋଷ୍ଟଟି କୁକୁର ହ୍ୟାଣ୍ଡଲରଙ୍କ ସୁରକ୍ଷା କାର୍ଯ୍ୟାଳୟ ଅଧୀନରେ ଅଛି । ଏହି ଚାକିରି ଚୁକ୍ତି ଭିତ୍ତିକ ହେବ । ହେଲେ ଏହି ବିଜ୍ଞାପନର ମୁଖ୍ୟ ଆକର୍ଷଣ ଥିଲା ଦରମା ଏବଂ ଯୋଗ୍ୟତାକୁ ନେଇ । ଯାହାକୁ ନେଇ ଲୋକେ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

iit ଦିଲ୍ଲୀ ବାହାରକଲା ଡ଼ଗ ହ୍ୟାଣ୍ଡଲର ପାଇଁ ନିଯୁକ୍ତି

ବିଜ୍ଞାପନରେ କୁହାଯାଇଛି ଯେ ଡଗ୍ ହ୍ୟାଣ୍ଡଲରଙ୍କୁ ପ୍ରତି ମାସ 45 ହଜାର ଦରମା ମିଳିବ । ସେପଟେ ଯଦି ଅନ୍ୟ ରିପୋର୍ଟ ବିଷୟରେ ଆଲୋଚନା କରିବା ତେବେ ଦିଲ୍ଲୀ ପୋଲିସରେ ଏହି ଚାକିରି ପାଇଁ 20 ହଜାର ଟଙ୍କା ଦରମା ଦିଆଯାଏ । ଅର୍ଥାତ୍ ଆଇଆଇଟି ଦିଲ୍ଲୀ ବେତନ ଦୁଇଗୁଣ ଦେଉଛି । ଏହା ସହିତ ଅଧ୍ୟୟନ ସହ ଜଡିତ ଯୋଗ୍ୟତା ଅନୁଯାୟୀ ଜଣେ ପ୍ରାର୍ଥୀ ବିଏ (BA), ବିଏସସି (BSc), ବିକମ (BCom), ବିଟେକ (BTech) କିମ୍ବା ଏହା ସହ ସମକକ୍ଷ ପାଠ ପଢିଥିବା ଅନିବାର୍ଯ୍ୟ ।

କେବଳ ସେତିକି ନୁହେଁ ବିଜ୍ଞାପନରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରିବେ ତାଙ୍କ ପାଖରେ ଏକ କାର ଥିବା ନିହାତି ଆବଶ୍ୟକ । କାରଣ କୁକୁରକୁ କ୍ଲିନିକକୁ ନେବା ଆଣିବା ପାଇଁ ଏହି କାର ବ୍ୟବହାର ହେବ । ଏହି ଚାକିରି ଆବେଦାନକାରୀଙ୍କ ବୟସ 21 ରୁ 35 ବର୍ଷ ବୟସ ଥିବା ଆବଶ୍ୟକ ।

For All Latest Updates

ABOUT THE AUTHOR

...view details