ଓଡିଶା

odisha

ETV Bharat / bharat

ଭୀମା କୋରେଗାଓଁ ମାମଲା: ଆଇଆଇଏସଇଆର ପ୍ରଫେସରଙ୍କୁ ସମନ ଜାରି କଲା ଏନଆଇଏ - Bhima Koregaon case

ମହାରାଷ୍ଟ୍ରର ଭୀମା କୋରେଗାଓଁ ମାମଲାରେ ଏନଆଇଏ ଆଖିରେ ପଡିଛନ୍ତି ବଙ୍ଗୀୟ ବୁଦ୍ଧିଜୀବି । ଏହି କ୍ରମରେ ଆଇଆଇଏସସିଆର ପ୍ରଫେସର ପାର୍ଥସାରଥୀ ରାୟଙ୍କୁ ସମନ ଜାରି କରିଛି ଏନଆଇଏ । ସେପ୍ଟେମ୍ବର 10ରେ ତାଙ୍କୁ ମୁମ୍ବାଇର ଏନଆଇଏ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଅଧିକ ପଢନ୍ତୁ...

ଭୀମା କୋରେଗାଓଁ ମାମଲା: ଆଇଆଇଏସଇଆର ପ୍ରଫେସରଙ୍କୁ ସମନ ଜାରି କଲା ଏନଆଇଏ
ଭୀମା କୋରେଗାଓଁ ମାମଲା: ଆଇଆଇଏସଇଆର ପ୍ରଫେସରଙ୍କୁ ସମନ ଜାରି କଲା ଏନଆଇଏ

By

Published : Sep 7, 2020, 12:07 AM IST

କୋଲକାତା: ମହାରାଷ୍ଟ୍ରର ଭୀମା କୋରେଗାଓଁ ମାମଲାରେ ଏନଆଇଏ ଆଖିରେ ପଡିଛନ୍ତି ବଙ୍ଗୀୟ ବୁଦ୍ଧିଜୀବି । ଏହି କ୍ରମରେ ଆଇଆଇଏସଇଆର ପ୍ରଫେସର ପାର୍ଥସାରଥୀ ରାୟଙ୍କୁ ସମନ ଜାରି କରିଛି ଏନଆଇଏ । ସେପ୍ଟେମ୍ବର 10ରେ ତାଙ୍କୁ ମୁମ୍ବାଇର ଏନଆଇଏ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । କିନ୍ତୁ ତାଙ୍କୁ କଣ ପାଇଁ ସମନ ଜାରି କରାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ । ଏହାକୁ ବିରୋଧ କରି ମାନବାଧିକାର ସଂଗଠନ ଏପିଡିଆର ସ୍ବର ଉତ୍ତୋଳନ କରିଛି ।

2017 ମସିହା ଜାନୁଆରୀ ମାସରେ ମହାରାଷ୍ଟ୍ରର ଭୀମା କୋରେଗାଓଁରେ ଦଳିତ ବିଜୟ ଦିବସ ପାଳନ ଅବସରରେ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। ଏହି ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରଫେସର ତଥା କବି ଭାରଭରା ରାଓ, ଟ୍ରେଡ ୟୁନିଅନର ନେତା ତଥା ଆଇନଜୀବୀ ସୁଧା ଭରଦ୍ୱାଜ, ବିଶିଷ୍ଟ ଦଳିତ ସମାଜ ବିଜ୍ଞାନୀ ଆନନ୍ଦ ତେଲ୍ଟୁଣ୍ଡେ, ସମାଜସେବୀ ଅରୁଣ ଫେରେରା,ଗୌତମ ନୱଲଖା ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା ଓ ବର୍ତ୍ତମାନ ସେମାନେ ଜେଲରେ ଅଛନ୍ତି ।

ମହାରାଷ୍ଟ୍ର ପୋଲିସ ପ୍ରଥମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ​​ବେଳେ ପରବର୍ତ୍ତୀ ସମୟରେ ଦାୟିତ୍ବ ଏନଆଇଏକୁ ହସ୍ତାନ୍ତର କରିଥିଲା। କାରଣ ତଦନ୍ତକାରୀମାନେ ଏହି ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛନ୍ତି। ଏହାସହ ଏଲଗର ପରିଷଦ ବିରୋଧରେ ମଧ୍ୟ ସିଧାସଳଖ ଅଭିଯୋଗ ରହିଛି। ତଦନ୍ତକାରୀ ସଂସ୍ଥା ମାଓବାଦୀଙ୍କଠାରୁ ଏକ ଚିଠି ପାଇଥିବା ଦାବି କରିଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହି ଚିଠିରେ ଭାରଭରା ରାଓଙ୍କ ନାମ ରହିଥିଲା। ସେହି ଉତ୍ସରୁ ଜଣକ ପରେ ଜଣଙ୍କୁ ଗିରଫ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details