ଓଡିଶା

odisha

ETV Bharat / bharat

ବିଶ୍ୱର ସୁରକ୍ଷିତ ବିମାନବନ୍ଦର ମଧ୍ୟରେ 2ୟ ସ୍ଥାନରେ 'ଇନ୍ଦିରାଗାନ୍ଧୀ ବିମାନବନ୍ଦର' - ଇନ୍ଦିରା ଗାନ୍ଦି ଅନ୍ତର୍ଜାତୀୟ ବିମାନବନ୍ଦର ସୁରକ୍ଷିତ ବିମାନବନ୍ଦର ତାଲିକାରେ ଦ୍ବିତୀୟ

କୋରୋନା ମହାମାରୀ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସବୁଠାରୁ ସୁରକ୍ଷିତ ବିମାନବନ୍ଦରରେ ଭାବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର । ଅଧିକ ପଢନ୍ତୁ...

ବିଶ୍ୱର ସୁରକ୍ଷିତ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ଇନ୍ଦିରା ଗାନ୍ଦି ଅନ୍ତର୍ଜାତୀୟ ବିମାନବନ୍ଦର
ବିଶ୍ୱର ସୁରକ୍ଷିତ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ଇନ୍ଦିରା ଗାନ୍ଦି ଅନ୍ତର୍ଜାତୀୟ ବିମାନବନ୍ଦର

By

Published : Oct 22, 2020, 7:00 PM IST

Updated : Oct 22, 2020, 7:27 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ତାର କାୟା ମେଲାଇଛି । କୋରୋନା ଭୂତାଣୁ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ଓ ନିରାପତ୍ତା ପ୍ରୋଟକଲଗୁଡିକର ସଠିକ ବିନିଯୋଗ ନେଇ ଜର୍ମାନୀର ଫ୍ରାଙ୍କଫୁର୍ଟ ବିମାନବନ୍ଦର ଓ ଚେନ୍ନାଇର ଚେଙ୍ଗଡୁ ଶୁଆଙ୍ଗଲିୟୁ ବିମାନବନ୍ଦର ସହ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଦ୍ବିତୀୟ ସ୍ଥାନ ଅଧିକାର କରିଛି ।

ବିଶ୍ୱର ସୁରକ୍ଷିତ ବିମାନବନ୍ଦର ମଧ୍ୟରେ ଇନ୍ଦିରାଗାନ୍ଧୀ ବିମାନବନ୍ଦର

ଏପରି ଘଡିସନ୍ଧି ମୂହୁର୍ତ୍ତରେ କେରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ଆଇଜିଆଇ ବିଶ୍ବବ୍ୟାପୀ ଦ୍ବିତୀୟ ନିରାପଦ ବିମାନବନ୍ଦର ଭାବରେ ପ୍ରମାଣିତ ହୋଇଛି ବୋଲି କହିଛି ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦର ନିଗମ । ଯାତ୍ରୀମାନେ ନିରାପଦ ଭାବରେ ଯାତ୍ରା କରୁଛନ୍ତି କି ନାହିଁ ତାହା ସେଫ୍ ଟ୍ରାଭେଲ ବାରୋମିଟର ତଦାରଖ କରିଥାଏ ଯାହାକି କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପ୍ରୋଟୋକଲଗୁଡିକର କାର୍ଯ୍ୟକାରିତା ଉପରେ 200 ରୁ ଅଧିକ ବିମାନବନ୍ଦରର ମୂଲ୍ୟାଙ୍କନ କରିଥିଲା । ଯାତ୍ରୀଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲ ଉପରେ ନଜର ରଖିବା ପାଇଁ ସେଫ୍ ଟ୍ରାଭେଲ ବାରୋମିଟର ବିଶ୍ବର ସର୍ବବୃହତ୍ ତଥା ବିସ୍ତୃତ ଉପକରଣ ବୋଲି ଡିଆଇଏଲ ପକ୍ଷରୁ ଜାରି ବିବୃତ୍ତିରେ ଦର୍ଶାଯାଇଛି ।

ଦିଲ୍ଲୀର ଆଇଜିଆଇ ବିମାନବନ୍ଦର 5ରୁ 4.6 ପଏଣ୍ଟ ରଖି ସୁରକ୍ଷିତ ଟ୍ରାଭେଲ ବାରୋମିଟର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଉଭୟ ଜର୍ମାନୀର ଫ୍ରାଙ୍କଫୁର୍ଟ ବିମାନବନ୍ଦର ଓ ସିଙ୍ଗାପୁରୁର ଚାଙ୍ଗି ବିମାନବନ୍ଦର 4.7 ଏତିକି ପଏଣ୍ଟ କରି ପ୍ରଥମ ସ୍ଥାନରେ ରହିଛନ୍ତି । କୋରୋନା ଭୂତାଣର ବିସ୍ତାରକୁ ରୋକିବାରେ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦର ନିଗମର ବିବୃତ୍ତି ଅନୁଯାୟୀ ଦିଲ୍ଲୀ ବିମାନବନ୍ଦର ଦେଶର ସବୁଠାରୁ ସୁରକ୍ଷିତ ବିମାନବନ୍ଦରରେ ଭାବରେ ପରିଗଣିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2020, 7:27 PM IST

ABOUT THE AUTHOR

...view details