ଓଡିଶା

odisha

ETV Bharat / bharat

'କ୍ଷମତାକୁ ଆସିଲେ ନିର୍ବାଚନ ଆୟୋଗଙ୍କୁ ଜେଲ ପଠାଇବୁ' - prakash ambedkar

କ୍ଷମତାକୁ ଆସିଲେ ନିର୍ବାଚନ ଆୟୋଗଙ୍କୁ ଅତିକମରେ ୨ ଦିନ ପାଇଁ ଜେଲ ପଠାଯିବ। ପୁଲୱାମା ଆକ୍ରମଣକୁ ନେଇ ଆଲୋଚନା କରିବାକୁ ଆୟୋଗ ବାରଣ କରୁଛନ୍ତି କିନ୍ତୁ ଆମେ ଆଲୋଚନା କରିବୁ। ଆମକୁ ସମ୍ବିଧାନ ଏହି ଅଧିକାର ଦେଇଛି ବୋଲି ପ୍ରକାଶ ଆମ୍ବେଦକର କହିଛନ୍ତି।

ଫାଇଲ ଫଟୋ

By

Published : Apr 12, 2019, 2:34 PM IST

ନୂଆଦିଲ୍ଲୀ: ନିର୍ବାଚନ ଆସିବାରୁ ନେତାମାନେ ଯେମିତି ଭାଷାର ମର୍ଯ୍ୟାଦ ଭୁଲି ଯାଆନ୍ତି । କାହାକୁ କଣ କହିବା ଉଚିତ ତାହାର ହିତାୟତ ଜ୍ଞାନ ଭୁଲି ଯାଆନ୍ତି ନେତାଗଣ । ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି କରିବା ଠାରୁ ଆରମ୍ଭ କରି ବର୍ତ୍ତମାନ ସାମ୍ବିଧାନିକ ସଂସ୍ଥାକୁ ଟାର୍ଗେଟ କିରବାକୁ ପଛାଉ ନାହାନ୍ତି ନେତାମାନେ । ଏହି କ୍ରମରେ ଭାରତୀୟ ବହୁଜନ ମହାସଂଘ(ବିବଏମ)ର ସୁପ୍ରିମୋ ପ୍ରକାଶ ଆମ୍ବେଦକର ନିର୍ବାଚନ ଆୟୋଗଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ।

କ୍ଷମତାରେ ଆସିଲେ ନିର୍ବାଚନ ଆୟୋଗଙ୍କୁ ଅତିକମରେ ୨ ଦିନ ପାଇଁ ଜେଲ ପଠାଯିବ । ପୁଲୱାମା ଆକ୍ରମଣକୁ ନେଇ ଆଲୋଚନା କରିବାକୁ ଆୟୋଗ ବାରଣ କରୁଛନ୍ତି କିନ୍ତୁ ଆମେ ଆଲୋଚନା କରିବୁ । ଆମକୁ ସମ୍ବିଧାନ ଏହାର ଅଧିକାର ଦେଇଛନ୍ତି ବୋଲି ପ୍ରକାଶ ଆମ୍ବେଦକର କହିଛନ୍ତି ।

ତାଙ୍କର ଏହି ମନ୍ତବ୍ୟ ଆସିବା ପରେ ନିର୍ବାଚନ ଆୟୋଗ ଏହାର ରିପୋର୍ଟ ମାଗିଛନ୍ତି । ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ଏହି ସକ୍ରାନ୍ତରେ ଅତିଶୀଘ୍ର ରିପୋର୍ଟ ଦେବେ ବୋଲି କହିଛନ୍ତି ।

For All Latest Updates

ABOUT THE AUTHOR

...view details