ETV Bharat Odisha

ଓଡିଶା

odisha

ETV Bharat / bharat

ବିହାରରେ କ୍ଷମତାକୁ ଆସିଲେ 5 ଲକ୍ଷ ନିଯୁକ୍ତି ଦେବ ବିଜେପି: ସ୍ମୃତି ଇରାନୀ - smruti irani

ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ଆଗାମୀ 5 ବର୍ଷ ମଧ୍ୟରେ 5 ଲକ୍ଷଙ୍କୁ ନିଯୁକ୍ତି ପ୍ରତିଶୃତି ଦେଲା ବିଜେପି । ପଢନ୍ତୁ ଅଧିକ .....

ବିହାରରେ କ୍ଷମତାକୁ ଆସିଲେ 5 ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବ ବିଜେପି
ବିହାରରେ କ୍ଷମତାକୁ ଆସିଲେ 5 ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବ ବିଜେପି
author img

By

Published : Oct 25, 2020, 4:11 PM IST

Updated : Oct 25, 2020, 7:38 PM IST

ପାଟନା: ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ଆଗାମୀ 5 ବର୍ଷ ମଧ୍ୟରେ 5 ଲକ୍ଷଙ୍କୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଯୁକ୍ତି ଦେବ ବିଜେପି । ଆଜି ବିହାରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କଲାବେଳେ ଏପରି କିଛି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି । ଆଗାମି 5 ବର୍ଷ ମଧ୍ୟରେ ଡିଜିଟାଲ ବିହାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇ କେବଳ ଆଇଟି ସେକ୍ଟରରେ 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ନେଇ ବିଜେପି ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି ।

ଏହି ଡିଜିଟାଲ ବିହାର କାର୍ଯକ୍ରମରେ 6 ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷା ପାଇପାରିବେ । ଯାହା ଫଳରେ ବିହାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ଏକ ହବ ହୋଇପାରିବ ବୋଲି ସେ କହିଛନ୍ତି । ଏହି ଯୋଜନା ଅଧିନରେ ପ୍ରଶିକ୍ଷଣ ପାଇବା ପରେ ବିହାରର ଯୁବକ ମାନେ ଡିଜିଟାଲ ସେକ୍ଟରରେ କୁଷଳୀ ହେବା ସହ ନିଯୁକ୍ତି ପାଇପାରିବେ । ଏହି ଯୋଜନା ଅଧିନରେ ରାଜଧାନୀ ପାଟନା ଓ ରାଜଗିରିରେ ସଫ୍ଟଓ୍ବେର ପାର୍କ ମଧ୍ୟ ନିର୍ମାଣ କରାଯିବାକୁ ବିଜେପି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

ବିହାରର ଲୋକେ ଗୁଣ୍ଡାରାଜକୁ ବିଶ୍ବାସ କରନ୍ତି ନାହିଁ । ତେଣୁ ସେମାନେ ଏଥର କେବଳ ବିଜେପିକୁ ଭୋଟ ଦେବେ । ଗତ 25 ବର୍ଷ ଧରି କ୍ଷମତାରେ ଥିବା ଲାଲୁଙ୍କ ଆରଜେଡି ମାତ୍ର 90,000 ନିଯୁକ୍ତି ସୃଷ୍ଟି କରିପାରିଥିବା ସେ କହିଛନ୍ତି । ଯାହା ବିହାରବାସୀଙ୍କ ସହ ଧୋକା ବୋଲି ସେ କହିଛନ୍ତି । ସେହିପରି ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର କ୍ଷମତାରେ ଥିବା ବେଳେ ବିହାରବାସୀ 6 ଲକ୍ଷ ନିଯୁକ୍ତି ପାଇଥିବା ସେ ଦାବି କରିଛନ୍ତି ।

ବିହାର ନିର୍ବାଚନ ପାଇଁ ଏବେ ସବୁ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସେହିପରି ଭଳିକି ଭଳି ନିର୍ବାଚନି ଇସ୍ତାହାର ସହ ଭୋଟରଙ୍କ ମନ କିଣିବାକୁ ସବୁ ଦଳ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରିରହିଛି । ଆସନ୍ତା ଅକ୍ଟୋବର 28ରୁ ବିହାରରେ 3 ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ସେହିପରି ନଭେମ୍ବର 10 ରେ ମତଗଣନା ସହ ଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2020, 7:38 PM IST

ABOUT THE AUTHOR

...view details