ଓଡିଶା

odisha

ETV Bharat / bharat

'ଯୁଦ୍ଧରୁ ବର୍ତ୍ତିବାକୁ ଚାହୁଁଥିଲେ ପିଓକେ ଆମକୁ ଦିଅ' - ଭାରତକୁ ପିଓକେ ହସ୍ତାନ୍ତର କର

ପାକିସ୍ତାନ ନିଜର ହିତ ଚାହୁଁଥିଲେ ନିଜ ଅଧିକୃତ କାଶ୍ମୀରକୁ ଭାରତକୁ ହସ୍ତାନ୍ତର କରୁ। ଆଉ ଯଦି ଯୁଦ୍ଧରୁ ବର୍ତ୍ତିବାକୁ ଚାହୁଁଛି ତାହାଲେ ପିଓକେ ଆମକୁ ପ୍ରଦାନ କରୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ।

ଫାଇଲ ଫଟୋ

By

Published : Sep 14, 2019, 11:54 AM IST

Updated : Sep 14, 2019, 12:30 PM IST

ନୂଆଦିଲ୍ଲୀ: ପାକିସ୍ତାନ ଯଦି ନିଜ ହିତ ଚାହୁଁଛି ତେବେ ଭାରତକୁ ନିଜ ଅଧିକୃତ କାଶ୍ମୀରକୁ ଭାରତକୁ ହସ୍ତାନର କରୁ । ସେଠାକାର ଲୋକେ ପାକ୍ ସହ ଖୁସ ନାହାଁନ୍ତି । ସେମାନେ ଭାରତ ସହ ମିଶିବାକୁ ଚାହୁଁଛନ୍ତି । ଆଉ ଯଦି ପାକିସ୍ତାନ ଯୁଦ୍ଧରୁ ବର୍ତ୍ତିବାକୁ ଚାହୁଁଛି ତେବେ ପିଓକେକୁ ଆମକୁ ପ୍ରଦାନ କରୁ। ଏଭଳି ଢଙ୍ଗରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ।

ଚଣ୍ଡିଗଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନଡିଏର ସହଯୋଗୀ ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆର(ଆରପିଆଇ) ଅଧ୍ୟକ୍ଷ ରାମଦାସ ଅଠାୱଲେ ଯୋଗଦେବା ଅବସରରେ ଏହା କହିଛନ୍ତି ସେ । ଯେଉଁଠି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶକ୍ତିଶାଳୀ ନେତା ଭାବେ ବର୍ଣ୍ଣନା କରିଛନ୍ତି। ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ବୋଲି ସେ ଦର୍ଶାଇଛନ୍ତି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ଉଠାଇ ସବୁଠାରେ ବିଫଳ ହୋଇଛି । ବର୍ତ୍ତମାନ ପିଓକେକୁ ଭାରତକୁ ହସ୍ତାନ୍ତର କଲେ ପାକିସ୍ତାନର ଲାଭ ହେବ ବୋଲି ସେ କହିଛନ୍ତି।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସେମାନେ ପିଓକେ ଆମକୁ ଦିଅନ୍ତି ତେବେ ସେଠାରେ ଆମେ ଶିଳ୍ପ ପ୍ରତିଷ୍ଠା କରିବୁ। ଏପରିକି ପାକିସ୍ତାନ ବ୍ୟାପରରେ ମଧ୍ୟ ସହଯୋଗ କରିବୁ। ସେଠାକାର ଗରିବ ଓ ବେରୋଜଗାରଙ୍କୁ ସହାୟତା ପ୍ରଦାନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

Last Updated : Sep 14, 2019, 12:30 PM IST

ABOUT THE AUTHOR

...view details