ଓଡିଶା

odisha

ETV Bharat / bharat

‘କାଶ୍ମୀର ପ୍ରସଙ୍ଗ ପାକ୍ ଉଠାଇଲେ ଦିଆଯିବ କଡ଼ା ଜବାବ’

ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଲେ ଜବାବ ଦେବାକୁ ପ୍ରସ୍ତୁତ ଭାରତ । ନିଜର ମାନସମ୍ମାନକୁ ତଳେ ପକାଇବା ପାକିସ୍ତାନର ପ୍ରକୃତି। ଭାରତ ସଠିକ ଢଙ୍ଗରେ ଉତ୍ତର ଦେବା ଜାଣିଛି ବୋଲି କହିଛନ୍ତି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରୁଦ୍ଦୀନ।

ଫାଇଲ ଫଟୋ

By

Published : Sep 21, 2019, 10:54 AM IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଅଧିବେଶନରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦକୁ ପ୍ରମୁଖ ପ୍ରସଙ୍ଗ କରିପାରନ୍ତି ସେ । ଏପଟେ ଅଧିବେଶନରେ ଯଦି ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଏ, ତେବେ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଭାରତ।

ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧିତ୍ବ କରୁଥିବା ସୟଦ ଆକବରୁଦ୍ଦୀନ ଏପରି ସୂଚନା ଦେଇଛନ୍ତି । ତାଙ୍କୁ ପଚରା ଯାଇଥିଲା କି, ପାକିସ୍ତାନ ଯଦି ଅନ୍ତରାଷ୍ଟ୍ରୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଏ? ଯଦି ପାକ୍ ପୁନର୍ବାର ଏହି ମାମଲା ଉଠାଇବାକୁ ଚେଷ୍ଟା କରେ, ତେବେ ଭାରତ ଉଚିତ ଢଙ୍ଗରେ ସଠିକ ଜବାବ ଦେବାକୁ ସକ୍ଷମ।

ପାକିସ୍ତାନର ଚତୁରତାକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ କିନ୍ତୁ ଏଥିପାଇଁ ଭାରତ ନିଜର ଗୌରବକୁ କ୍ଷୁର୍ଣ୍ଣ କରିବ ନାହିଁ । ଭାରତ ସବୁବେଳେ ନିଜର ଗାରିମା ଏବଂ ପ୍ରତିଭାକୁ ଉଚ୍ଚରେ ରଖିବାକୁ ଚେଷ୍ଟିତ ବୋଲି କହିଛନ୍ତି ସୟଦ ଆକବରୁଦ୍ଦୀନ।

ABOUT THE AUTHOR

...view details