ଓଡିଶା

odisha

ETV Bharat / bharat

'ଚୀନ ସହ ଲଢିବା ପରିବର୍ତ୍ତେ ପରସ୍ପର ସହ ଲଢୁଛନ୍ତି ବିଜେପି-କଂଗ୍ରେସ' - ଆମ ଆଦମି ପାର୍ଟି

ଯଦି ଶାସକ ଦଳ ଏବଂ ବିରୋଧୀ ଦଳ ପରସ୍ପର ସହ ଲଢିବେ ତାହାଲେ ସେମାନେ ଚୀନ ବିରୋଧରେ କେବେ ଲଢିବେ ବୋଲି ଆମ ଆଦମି ପାର୍ଟି ନେତା ସଞ୍ଜୟ ସିଂହ କହିଛନ୍ତି । ଅଧିକ ପଢନ୍ତୁ...

ସଞ୍ଜୟ ସିଂହ
ସଞ୍ଜୟ ସିଂହ

By

Published : Jun 28, 2020, 4:44 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପରସ୍ପରକୁ ଟାର୍ଗେଟ କରୁଛନ୍ତି ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ । ଏହି ଘଟଣାକୁ ନେଇ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ତେବେ ଏନେଇ ଉଭୟ ବିଜେପି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି ଆମ ଆଦମି ପାର୍ଟିର ନେତା ସଞ୍ଜୟ ସିଂହ । ଯଦି ଶାସକ ଦଳ ଏବଂ ବିରୋଧୀ ଦଳ ପରସ୍ପର ସହ ଲଢିବେ ତାହାଲେ ସେମାନେ ଚୀନ ବିରୋଧରେ କେବେ ଲଢିବେ ବୋଲି କହିଛନ୍ତି ସେ ।

ବିଜେପି-କଂଗ୍ରେସକୁ ଏକତ୍ର ହୋଇ ଚୀନ ବିରୋଧରେ ଲଢିବାକୁ ପରାମର୍ଶ ଦେଇ ସେ କହିଛନ୍ତି, ଚୀନ ଠାରୁ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା ପାଇଁ 20 ଆମର ଜଣ ଯବାନ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଚୀନକୁ ଏବେ ଆମ ମାଟିରୁ ତଡିଦେବାର ସମୟ ଆସିଛି। ଆମ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ହେଲେ ଶାସକ ଏବଂ ବିରୋଧୀ ଦଳକୁ ଏକାଠି ହୋଇ ଚୀନକୁ କିପରି ଉତ୍ତର ଦେବେ ସେନେଇ ଏକ ରଣନୀତି ପ୍ରସ୍ତୁତ କରିବାକୁ ହେବ । ଯଦି ଆମେ ନିଜନିଜ ମଧ୍ୟରେ ଲଢିବା ଏହାର ଲାଭ କେବଳ ଚୀନକୁ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିର ପ୍ରତିକ୍ରିୟା ଦେଇ ସିଂହ କହିଛନ୍ତି, 'ବିରୋଧୀଦଳର ଭୂମିକା ହେଉଛି ସରକାରଙ୍କୁ ଆଇନା ଦେଖାଇବା। ବିରୋଧୀଦଳ ଦେଇଥିବା ଭଲ ପରାମର୍ଶ ଉପରେ କାର୍ଯ୍ୟ କରିବା ସରକାରଙ୍କ କାମ । କିନ୍ତୁ ମୁଁ ଅନୁଭବ କରୁଛି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ଭାଷା କହୁଛନ୍ତି। ମୁଁ ଏଥିପାଇଁ ଦୁଃଖିତ । '

ABOUT THE AUTHOR

...view details