ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ମାସ୍କ ନ ପିନ୍ଧିବା, କୋଭିଡ -19 ସହ ଜଡିତ ପ୍ରୋଟୋକଲ ଅନୁସରଣ ନକରିବା ଓ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହେବା ପରେ ବି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ରେଳ ଅଧିନିୟମର ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇପାରେ। ଏପରିକି ଯାତ୍ରୀଙ୍କୁ ଜୋରିମାନା ଦେବା ସହିତ ଜେଲ୍ ଯିବାକୁ ମଧ୍ୟ ପଡିପାରେ। ରେଳ ସୁରକ୍ଷା ବଳ (ଆରପିଏଫ) ବୁଧବାର ଏନେଇ ସୂଚନା ଦେଇଛି।
ରେଳବାଇର ନୂଆ ନିୟମ, କୋରୋନା ଆକ୍ରାନ୍ତ ରେଳ ଯାତ୍ରା କଲେ ଯିବେ ଜେଲ୍ ! - coronavirus infected person will visit through railway then they may be in jail
କୋରୋନା କାଳରେ ନୂଆ ଗାଇଡଲାଇନ ଜାରି କଲା ଭାରତୀୟ ରେଲବାଇ । ଟ୍ରେନରେ ଯାତ୍ରା ବେଳେ ମାସ୍କ ନ ପିନ୍ଧିବା କିମ୍ବା ସଂକ୍ରମିତ ଥାଇ ରେଳ ଯାତ୍ରା କଲେ ଯିବାକୁ ପଡ଼ିବ ଜେଲ । ଅଧିକ ପଢନ୍ତୁ...

କୋରୋନା କାଳରେ ରେଳବାଇର ନୂଆ ନିୟମ, ସଂକ୍ରମିତ ଥାଇ ରେଳ ଯାତ୍ରା କଲେ ଯିବେ ଜେଲ୍ !
ବିଶେଷ କରି ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ଆରପିଏଫ ବିସ୍ତୃତ ଗାଇଡଲାଇନ ଜାରି କରିଛି। ହା ଅନୁଯାୟୀ ଯାତ୍ରୀଙ୍କୁ ରେଳ ପରିସରରେ ନିୟମର ପାଳନ କରିବାକୁ ପଡିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମଧ୍ୟ ବେଆଇନ ବୋଲି ଆରପିଏଫ କହିଛି। ତେବେ କୋରୋନା ରୋକିବା ପାଇଁ ପ୍ରଣୟନ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ନିୟମ ଉଲ୍ଲଂଘନ କଲେ ରେଳ ଅଧିନିୟମର ଧାରା ୧୪୫, ୧୫୩ ଓ ୧୫୪ ଆଧାରରେ ଦଣ୍ଡିତ କରାଯାଇପାରେ।