ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସାଧାରଣ ଜନତାକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଘୋଷଣା କରିବାରେ ଲାଗିପଡିଛନ୍ତି ଅନେକ ରାଜନୈତିକ ଦଳ । ନିର୍ବାଚନରେ ଯୁବବର୍ଗଙ୍କ ସମର୍ଥନ ପାଇବା ଲାଗି ଶନିବାର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ସେମାନଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ଅବସରରେ ସେ କହିଛନ୍ତି ଯେ, କଂଗ୍ରେସ କ୍ଷମତାସୀନ ହେଲେ ଅର୍ଦ୍ଧ ସାମରିକ ବାହିନୀରେ କାର୍ଯ୍ୟରତ ଯବାନଙ୍କୁ ଶହୀଦର ମାନ୍ୟତା ପ୍ରଦାନ କରାଯିବ।
କଂଗ୍ରେସ କ୍ଷମତାକୁ ଆସିଲେ ଅର୍ଦ୍ଧ ସାମରିକ ବାହିନୀର ଯବାନଙ୍କୁ ମିଳିବ ଶହୀଦ ମାନ୍ୟତା' - କଂଗ୍ରେସ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପରେ ତାଙ୍କ ଦଳ କ୍ଷମତାରେ ଆସିଲେ ଦେଶ ପାଇଁ ପ୍ରାଣ ବଳିଦାନ ଦେଉଥିବା ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମଧ୍ୟ ଶହୀଦର ମାନ୍ୟତା ଦିଆଯିବ। ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ସେ ଅର୍ଦ୍ଧ ସାମରିକ ବଳର ଯବାନଙ୍କୁ ଶହୀଦର ମାନ୍ୟତା ବିଷୟ ଉଠାଇଥିଲେ। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।
ଏନେଇ ସେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପରେ ତାଙ୍କ ଦଳ କ୍ଷମତାରେ ଆସିଲେ ଦେଶ ପାଇଁ ପ୍ରାଣ ବଳିଦାନ ଦେଉଥିବା ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମଧ୍ୟ ଶହୀଦର ମାନ୍ୟତା ଦିଆଯିବ। ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ସେ ଅର୍ଦ୍ଧ ସାମରିକ ବଳର ଯବାନଙ୍କୁ ଶହୀଦର ମାନ୍ୟତା ବିଷୟ ଉଠାଇଥିଲେ। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।
ଏହି ଆଲୋଚନା ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଶିକ୍ଷା ବ୍ୟବସ୍ଥାରେ ଏକ ବିଶେଷ ଚିନ୍ତାଧାରାକୁ ଲଦି ଦିଆଯାଉଛି। ଦେଶର ସମସ୍ତ ବିଶ୍ବ ବିଦ୍ୟାଳୟରେ ଏକ ବିଚାରଧାରା ଓ ସଙ୍ଗଠନର କୂଳପତିଙ୍କୁ ଅବସ୍ଥାପିତ କରାଯାଉଛି। ସେମାନେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନିଜ ଲାଭ ପାଇଁ ପ୍ରୟୋଗ କରୁଛନ୍ତି। ଏହି ସଂସ୍ଥାର ସ୍ବତନ୍ତ୍ରତା ପ୍ରଦାନ କରିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।